ଚମାଖଣ୍ଡି ଥାନା ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ାଉ : ୯୫ ଲିଟର ଚୋରା ବିଦେଶୀ ମଦ ଜବତ ସହିତ ୨ ଅଭିଯୁକ୍ତ ଗିରଫ

add-all

ଛତ୍ରପୁର : ଚଳିତ ସାଧାରଣ ନିର୍ବାଚନ ନିମନ୍ତେ ଗଞ୍ଜାମ ପୋଲିସ ପ୍ରଶାସନ ପକ୍ଷରୁ ସଜାଗ ରହିଥିବା ବେଳେ ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ସମସ୍ତ ପ୍ରକାର କାର୍ଯ୍ୟ କରାଯାଉ ଅଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଥାନା ଅଂଚଳରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିବା ସହିତ ଦାଗି ଓ ଜେଲ ଫେରନ୍ତା ଅପରାଧୀ ଙ୍କ ଉପରେ କଡା ନଜର ରଖିଛି । ଏହା ସହିତ ବେଆଇନ ଚୋରା ନିଶା କାରବାର ରୋକିବା ନିମନ୍ତେ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି । ଏହି ପରି ପ୍ରେକ୍ଷୀ ରେ ଚମାଖଣ୍ଡି ଥାନା ପୋଲିସ ପକ୍ଷରୁ ଚୋରା ମଦ କାରବାର ଉପରେ ଚଢ଼ଉ କରାଯାଇ ସେମାନଙ୍କ ଠାରୁ ୯୫ ଲିଟର ବିଦେଶୀ ମଦ ଜବତ କରାଯିବା ସହିତ ଏଥିରେ ସମ୍ପୃକ୍ତ ଥିବା ୨ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି। ପ୍ରବେଶନାରୀ ଆଇ ପି ଏସ ଅଧିକାରିଣୀ ଏବି ଶିଳ୍ପା, ଚମାଖଣ୍ଡି ଥାନା ଅଧିକାରୀଣୀ ଦୀପିକା ଦେବୀ ରାୟ ,ଏ ଏସ ଆଇ ସୁଧିର ଦୂପଟା ଓ ଏକ ପୋଲିସ ଟିମ୍ ଗତକାଲି ବିଳମ୍ବିତ ରାତ୍ର ରେ ସୂଚନା ପାଇ ନରେନ୍ଦ୍ରପୁର ଗ୍ରାମର ଜୈନକ ଘର ଏବଂ ପୋକିଡି ବନ୍ଧ ନିକଟ ଜାତୀୟ ରାଜପଥ ପାର୍ଶ୍ଵ ରେ ଥିବା ଏକ ଢ଼ାବା ରେ ଉପରେ ଚଢାଉ କରି ୯୫ ଲିଟର ଚୋରା ବିଦେଶୀ ମଦ ସହିତ ୨ଜଣକୁ ଗିରଫ କରିଛନ୍ତି ।ସେମାନେ ହେଲେ ନରେନ୍ଦ୍ର ପୁର ଗ୍ରାମର ଅନିଲ କୁମାର ସାହୁ ଓ ଢ଼ାବାର ପାରିତୋଷ ନାୟକ ବୋଲି ପକ୍ଷରୁ ସୂଚନା ମିଳିଛି, ପୋଲିସ ଦୁଇଟି ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥବା ଜଣାପଡିଛି

ad-week
Leave A Reply

Your email address will not be published.