ଭାରତ-ଚୀନ ମଧ୍ୟରେ ୨୯ତମ କୂଟନୈତିକ ବୈଠକ

add-all

ନୂଆଦିଲ୍ଲୀ : ଭାରତ-ଚୀନ ମଧ୍ୟରେ ୨୯ତମ କୂଟନୈତିକ ବୈଠକ ଅନୁଷ୍ଠିତ। ସୀମା ବିବାଦ ମଧ୍ୟରେ LACରେ ଶାନ୍ତି ପାଇଁ ବେଜିଂରେ ଭାରତ ଓ ଚୀନ ମଧ୍ୟରେ କୁଟନୈତିକ ବୈଠକ ଅନୁଷ୍ଠିତ ହୋଇଛି।
ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଓ ଶାନ୍ତି ସ୍ଥାପନ ପାଇଁ ଉଦ୍ୟମ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ବୈଠକରେ ଭାରତ LACରୁ ସୀମା ପ୍ରତ୍ୟାହାର କରିବା ଉପରେ ଜୋର୍ ଦେଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ପ୍ରେସ ରିଲିଜ କରି ଏହି ସୂଚନା ଦେଇଛି।
ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଭାରତ ଓ ଚୀନ ମଧ୍ୟରେ କୂଟନୈତିକ ବୈଠକ ସରିଛି। ଆଲୋଚନା ସମୟରେ କୁଟନୀତି ଓ ସାମରିକ ଚ୍ୟାନେଲ ଖୋଲା ରଖିବା ଉପରେ ଦୁଇ ଦେଶ ସହମତି ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି, ଗତବର୍ଷ ନଭେମ୍ବରରେ ଦୁଇ ଦେଶ ମଧ୍ୟରେ ୨୮ତମ କୂଟନୈତିକ ବୈଠକ ବସିଥିଲା।

ad-week
Leave A Reply

Your email address will not be published.