ଆନ୍ତର୍ଜାତୀୟ କଲକି ଗୌରବ ପୁରସ୍କାରରେ ସମ୍ମାନିତ ହେଲେ ଓଡିଶା ଲେଖିକା

add-all

ଭୁବନେଶ୍ବର : ଆନ୍ତର୍ଜାତୀୟ ତଥା ଜାତୀୟ ସମ୍ମାନରେ ସମ୍ମାନିତ ଓଡିଶା ନିବାସୀ ପ୍ରସିଦ୍ଧ ଲେଖିକା,ସାହିତ୍ୟକାର ସୁଭସ୍ମିତା ମହାଭୋଇଙ୍କୁ କାଲକି ଗୌରବ ପୁରସ୍କାର ପ୍ରଦାନ କରାଯାଇଛି। କବିତା ଲିଖନି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୨୪ ବର୍ଷ ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଉଲ୍ଲେଖନୀୟ ଅବଦାନ ପାଇଁ କଲକି ନ୍ୟୁଜ୍, କାଲକି ଫାଉଣ୍ଡେସନ୍ ଟ୍ରଷ୍ଟ, ନୋଏଡା, ଉତ୍ତରପ୍ରଦେଶ ଏହି ସମ୍ମାନ ପ୍ରଦାନ କରିଛି।

ଫାଉଣ୍ଡେସନର ପ୍ରତିଷ୍ଠାତା ବରୁଣ ରାସ୍ତୋଗୀଙ୍କ ସମେତ ସମସ୍ତ ଅଧିକାରୀଙ୍କୁ ସୁଭସ୍ମିତା ମହାଭୋଇ କୃତଜ୍ଞତା ଜଣାଇଛନ୍ତି ଏବଂ କହିଛନ୍ତି ଯେ ଏହି ପୁରସ୍କାର ସେମାନଙ୍କୁ ଅଧିକ କାର୍ଯ୍ୟ କରିବାକୁ ଉତ୍ସାହିତ କରିବ।

ad-week
Leave A Reply

Your email address will not be published.