ଶ୍ରୀଜୀଉଙ୍କୁ ଦର୍ଶନ କଲେ ଅଂଶୁମାନ ମହାନ୍ତି

add-all

ପୁରୀ: ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଆଜି ଅପରାହ୍‌ଣରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ାରୁ ଜିତିବା ନେଇ ଶକ୍ତି ଓ ସାମର୍ଥ୍ୟ ପାଇଁ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ଶ୍ରୀଜିଉଙ୍କୁ ଦର୍ଶନ ପରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଶ୍ରୀ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‌ମୋତେ ଟିକେଟ ପ୍ରଦାନ କରିଛନ୍ତି। କେନ୍ଦ୍ରାପଡାବାସୀଙ୍କର ସେବା କରିବି। ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟ ସହ ଜନକଲ୍ୟାଣ କାର୍ଯ୍ୟକୁ ଆଧାର କରି ବିଜୟ ହେବା ନେଇ ଆଶାବାଦୀ ଅଛି।

ଅଂଶୁମାନ ମହାନ୍ତି କେନ୍ଦ୍ରାପଡାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେବେ। ୨୦୧୯ ନିର୍ବାଚନରେ ଏଠାରେ ବୈଜୟନ୍ତ ଦେଢ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ହାରିଥିଲେ। ସେହି ସମୟରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୧,୫୨,୫୮୪ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ। 

ad-week
Leave A Reply

Your email address will not be published.