ଚୌଧୁରୀ ଚରଣ ସିଂ, କର୍ପୁରୀ ଠାକୁରଙ୍କ ସମେତ ୫ ଜଣଙ୍କୁ ମିଳିଲା ଭାରତ ରତ୍ନ

add-all

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ଦିନ ବିଜେପିର ବରିଷ୍ଠ ନେତା ଏଲ.କେ ଆଡଭାନୀ, ଭାରତର ପୂର୍ବତନ ତଥା ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ, ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର ଏବଂ କୃଷି ବୈଜ୍ଞାନିକ ଏମ୍‌ଏସ୍‌ ସ୍ବାମୀନାଥନଙ୍କୁ ଭାରତ ରତ୍ନ ପ୍ରଦାନ କରିଛନ୍ତି।
ଚରଣ ସିଂ, ନରସିଂହ ରାଓ, କର୍ପୁରୀ ଠାକୁର ଏବଂ ସ୍ବାମୀନାଥନଙ୍କୁ ପୂର୍ବରୁ ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଦାନ କରାଯାଇଥିଲା।
ଭାରତ ରତ୍ନ ପୁରସ୍କାରକୁ ଚୌଧୁରୀ ଚରଣ ସିଂଙ୍କ ନାତି ଜୟନ୍ତ ସିଂ, ନରସିଂହ ରାଓଙ୍କ ପୁଅ ପି.ଭି ପ୍ରଭାକର ରାଓ, କର୍ପୁରୀ ଠାକୁରଙ୍କ ପୁଅ ରାମନାଥ ଠାକୁର ଏବଂ ଏମଏସ୍ ସ୍ବାମୀନାଥନଙ୍କ ଝିଅ ନିତ୍ୟା ରାଓ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଗ୍ରହଣ କରିଛନ୍ତି। ଏଲ.କେ ଆଡଭାନୀ ଉପସ୍ଥିତ ନଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ତାଙ୍କ ବାସଭବନକୁ ଯାଇ ତାଙ୍କୁ ପୁରସ୍କାର ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

ad-week
Leave A Reply

Your email address will not be published.