ଫୁଲବାଣୀ ଓକିଲ ସଂଘର ନିର୍ବାଚନ: ସଭାପତି ନିରୋଦ ଓ ସମ୍ପାଦକ କୁଞ୍ଜ

add-all

ଫୁଲବାଣୀ : ଓଡିଶା ଷ୍ଟେଟ ବାର କାଉନ୍ସିଲର ନିର୍ଦ୍ଦେଶ କ୍ରମେ ସମଗ୍ର ଓଡିଶାରେ ପ୍ରତ୍ୟେକ ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା l ଏହି ପରିପ୍ରେକ୍ଷୀରେ ଫୁଲବାଣୀ ଓକିଲ ସଂଘର ନିର୍ବାଚନ ପାଇଁ ମଧ୍ଯ ନାମାଙ୍କନ ପତ୍ର ଦାଖଲ ପାଇଁ ସମୟ ଧାର୍ଯ୍ଯ ହୋଇଥିଲା l ଠିକ୍ ସମୟରେ ସମସ୍ତ ପ୍ରତିଦ୍ଵନ୍ଦୀ ନାମାଙ୍କନ ପତ୍ର ଦାଖଲ କରିଥିଲେ l ଆଜି ଫୁଲବାଣୀ ଓକିଲ ସଂଘର ନିର୍ବାଚନ ଫଳାଫଳ ପ୍ରକାଶିତ ହୋଇଛି। ସଭାପତି ଭାବେ ବରିଷ୍ଠ ଆଇନଜୀବୀ ନିରୋଦ କୁମାର ପାତ୍ର ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ କୁଞ୍ଜ ବିହାରୀ ଶତପଥୀ ନିର୍ବାଚିତ ହୋଇଛନ୍ତି।
ସେହିପରି ଅନ୍ୟ ମାନେ ଯଥା ଉପସଭାପତି ଭାବେ ହର ପ୍ରସାଦ ସାମନ୍ତ, ସହ ସମ୍ପାଦକ ସୁଶାନ୍ତ କୁମାର ସାହୁ, ଲାଇବ୍ରେରୀ ସମ୍ପାଦକ ଭାବେ ମୋହନ କୁମାର ପଣ୍ଡା, କୋଷାଧ୍ଯକ୍ଷ ଭାବେ ଅସ୍ମିତା କୁମାରୀ ନାୟକ ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ପ୍ରତାପ କୁମାର ପାତ୍ର, ଅଜୟ କୁମାର ସିଂ, ଗୌରୀ ଶଙ୍କର ବେହେରା, ଦିଲ୍ଲୀପ କୁମାର ବାନାର୍ଜୀ, ବୀଣା ପାଣି ପ୍ରଧାନ, ବିରେନ୍ଦ୍ର କୁମାର ସୁବୁଦ୍ଧି, ବିଶ୍ଵଜିତ ପଟ୍ଟନାୟକ ପ୍ରମୁଖ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ଘୋଷଣା କରିଛନ୍ତି l
ନିର୍ବାଚନ ଫଳାଫଳ ପ୍ରକାଶ ପରେ ଫୁଲବାଣୀ ବାର ସଙ୍ଘର ପୂର୍ବତନ ସଭାପତି ଭାଗବାନ ମହାନ୍ତି ଓ ସମ୍ପାଦକ କମଳ କୁମାର ବେହେରା, ବରିଷ୍ଠ ଆଇନଜୀବୀ ବିଜୟ କୁମାର ମହାନ୍ତି ପ୍ରମୁଖ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ଏଥି ସହିତ ଆସନ୍ତା ୨ ତାରିଖରେ ପୂର୍ବତନ କର୍ମକର୍ତ୍ତା ନୂତନ କର୍ମ କର୍ତ୍ତାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବେ ବୋଲି କହିଥିଲେ l

ad-week
Leave A Reply

Your email address will not be published.