ଅର୍ଦ୍ଧନିର୍ମିତ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

add-all

ହିଞ୍ଜିଳିକାଟୁ ୩୦/୩ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବେଲଗାଁ ଥାନା ଅଧୀନ ଧୋବାଡି ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ଏକ ଅର୍ଦ୍ଧନିର୍ମିତ ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ସଞ୍ଜୟ ନାୟକ(୩୫) ବୋଲି ଜଣାପଡିଛି। ସଞ୍ଜୟ ହନ୍ତଷ ଗ୍ରାମ ବାସିନ୍ଦା ଧୋବାଡି ଛକ ନିକଟରେ ନିର୍ମାଣାଧୀନ ନିଜ ଘରେ ରାତିରେ ରହୁଥିଲେ। ପ୍ରତିଦିନ ପରି ଶୁକ୍ରବାର ବିଳମ୍ବିତ ରାତ୍ରିରେ ହନ୍ତଷ ଗ୍ରାମରୁ ଆସିଥିଲେ । ଶନିବାର ଘରକୁ ଫେରି ନଥିଲେ ପରିବାର ଲୋକେ ଫୋନ କରିଥିଲେ ମଧ୍ୟ ସଞ୍ଜୟ ଫୋନ ଉଠାଇଥିଲେ କି ଘରକୁ ଫେରି ନଥିଲେ । ଅପରାହ୍ନରେ ସଞ୍ଜୟ ଙ୍କ ଭଉଣି ନିର୍ମାଣଧିନ ଘରକୁ ଯାଇ ଦେଖିଲା ବେଳକୁ ସଞ୍ଜୟ ଙ୍କ ରକ୍ତାକ୍ତ ଅବସ୍ଥାରେ ମୃତଦେହ ପଡ଼ିଥିଲା । ସଞ୍ଜୟ ଙ୍କ ଭଉଣି ପରିବାର ଲୋକମାନଙ୍କୁ ଖବର ଦେବା ସହ ବେଲଗାଁ ଥାନା କୁ ଖବର ଦେଇଥିଲେ।କେହି ଦୁର୍ବୃତ୍ତ ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡ଼ିନଥିବା ବେଳେ ଘଟଣାସ୍ଥଳରେ ବେଲଗାଁ ପୋଲିସ ,ସାଇଣ୍ଟିଫିକ ଟିମ୍ ପହଞ୍ଚି ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସଞ୍ଜୟ ଙ୍କ ପେଟରେ ଗଭୀର କ୍ଷତ ହୋଇଥିବା ବେଳେ ଡ଼ାହାଣ ହାତ ପାପୁଲିରେ କଟା ଦାଗ ରହିଥିଲା। ମୃତକଙ୍କ ଭଉଣି ବଵିତା ଙ୍କ ଅଭିଯୋଗ ପରେ ଘଟଣାସ୍ଥଳରେ ହିଞ୍ଜିଳିକାଟୁ ଥାନା ଅଧିକାରୀ ଶ୍ରୀନିବାସ ସେଠି, ବେଲଗାଁ ଥାନା ଅଧିକାରୀଣି ସ୍ମିତାରାଣି ପ୍ରଧାନ,ଆସିକା ଉପଖଣ୍ଡ ଅଧିକାରୀ ସଞ୍ଜୟ ମହାପାତ୍ର ପହଞ୍ଚି ତଦନ୍ତ ଚଳାଇବା ସହ ଶଵ ବ୍ୟବଛେଦ ପାଇଁ ପଠାଇଛି। ଏଠାରେ ପ୍ରଶ୍ନ ଉଠୁଛି ସଞ୍ଜୟ ଙ୍କୁ କିଏ କାହିଁକି ହତ୍ୟା କଲା ,ପରିବାରିକ କଳହ ନାଁ ପୁର୍ବ ଶତ୍ରୁତା ଯାହା ହେଉନା କାହିଁକି ନିର୍ବାଚନ ପୁର୍ବରୁ ମୁଣ୍ଡ ଗଡିବା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ad-week
Leave A Reply

Your email address will not be published.