ଆରମ୍ଭ ହେଲା ମେଟ୍ରୋ ରେଳ କାମ

add-all

ଭୁବନେଶ୍ୱର ଆରମ୍ଭ ହେଲା ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କାମ । ବାରଙ୍ଗ ରତାଗଡ଼ରେ ମେଟ୍ରୋ ଡିପୋ କାମ ଆରମ୍ଭ ହୋଇଛି । ଦିଲ୍ଲା ମେଟ୍ରୋ ରେଳ କର୍ପୋରସେନ ପକ୍ଷରୁ ଏହାର ନିର୍ମାଣ କାମ ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପଥ ନିର୍ମାଣ ହେବ । ଏଥିପାଇଁ ୬ହଜାର ୨୫୫ କୋଟି ଟଙ୍କା ଖର୍ଚ୍ଚ ହେବ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ ପକ୍ଷରୁ ୩ଟି ପର୍ଯ୍ୟାୟରେ ୧୯ଟି ମେଟ୍ରୋ ଷ୍ଟେସନ ସହ ମେଟ୍ରୋ ରେଳ ପଥ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ହୋଇଛି ।

ଭୁବନେଶ୍ବର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ମୋଟ ୨୦ଟି ମେଟ୍ରୋ ଷ୍ଟେସନ ନିର୍ମାଣ ପ୍ରସ୍ତାବ ରହିଛି। ଏଥିପାଇଁ ମୋଟ ୨୧୬୩ କୋଟି ଟଙ୍କା ଖର୍ଚ୍ଚ ହେବ। ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୁଳିଆ ଭିତରେ ୨୬ କିଲୋମିଟର ଲମ୍ବର ମେଟ୍ରୋ ରେଲୱେରେ ରହିବ ୨୦ଟି ଷ୍ଟେସନ । ପ୍ରାଥମିକ ପର୍ଯ୍ୟାୟରେ ୩ଟି କୋଚକୁ ନେଇ ମେଟ୍ରୋ ଟ୍ରେନ୍ ଚଳପ୍ରଚଳ କରିବ । ଏହାର ଯାତ୍ରୀ କ୍ଷମତା ରହିବ ୭୬୫ । ଯାତ୍ରୀ ସଂଖ୍ୟା ବୃଦ୍ଧି ହେଲେ କୋଚ୍ ସଂଖ୍ୟା ବଢ଼ାଯିବ । ଘଣ୍ଟାପ୍ରତି ୮୫ କିମି ବେଗରେ ଗଡ଼ିବ ମେଟ୍ରୋ ଟ୍ରେନ୍ । ଅତ୍ୟାଧୁନିକ କୋଚ, ସିଗନାଲିଂ ବ୍ୟବସ୍ଥା ଓ ଅତ୍ୟାଧୁନିକ ଟିକେଟିଂ ବ୍ୟବସ୍ଥା କରାଯିବ । ପ୍ରତି ୧୦ ମିନିଟରେ ଚଳାଚଳ କରିବ ମେଟ୍ରୋ ଟ୍ରେନ୍ । ନୂଆବର୍ଷରେ ମେଟ୍ରୋ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ। ୨୦୨୮ ସୁଦ୍ଧା ପ୍ରକଳ୍ପ ସାରିବାକୁ ଲକ୍ଷ୍ୟ ।

ad-week
Leave A Reply

Your email address will not be published.