ବିଜେଡିରେ ମିଶିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

add-all

ଭୁବନେଶ୍ଵର: ଘରକୁ ବାହୁଡିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ। ବିଜେପି ଛାଡି ଆଜି ସେ ପୁଣିଥରେ ବିଜେଡିକୁ ଫେରିଛନ୍ତି। ୨୦୧୪ରେ ବିଜେଡି ପ୍ରାର୍ଥୀ ହୋଇ ସେ ନୀଳଗିରିରୁ ବିଧାୟକ ହୋଇଥିଲେ । ସେହିପରି ୨୦୧୯ ରେ ବିଜେପି ଟିକେଟରୁ ନୀଳଗିରି ବିଧାୟକ ଭାବେ ଜିତିଥିଲେ । ଦୁଇ ଦିନ ତଳେ ସେ ବିଜେପିରୁ ଇସ୍ତଫା ଦେଇଥିଲେ । ଆଜି ତାଙ୍କ ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିକୁ ଫେରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । ବିଧାୟକ ସୁକାନ୍ତ ନାୟକଙ୍କ ସହ ସରପଞ୍ଚ ତାରିଣୀ ସିଂ, କୁଲମନି ନାୟକ, ଚନ୍ଦ୍ରମଣି ମୁର୍ମୁ, ଅନ୍ନପୂର୍ଣ୍ଣା ସିଂ, ବସନ୍ତ ସିଂ, ବାବାମଣି ମାର୍ଣ୍ଡି, ଭାଗବତ ଖିଲାର, ବିନିତା ମଢେଇ, ରଜନୀ ଗିରି, ଅହଲ୍ୟା ନାୟକ, ରାଜୀବ ଦାସ, ସାବିତ୍ରୀ ସିଂ, ଲକ୍ଷ୍ମୀପ୍ରିୟା ସିଂ, ଗଙ୍ଗାଧର ମିଶ୍ର, ଅକ୍ଷୟ ବେହେରା, ଉପେନ୍ଦ୍ର ବେହେରା, ଚିତ୍ତରଞ୍ଜନ ମହାନ୍ତି, ଅଶୋକା ନାୟକ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି ।

ଶଙ୍ଖ ଭବନରେ ଆୟୋଜିତ ହୋଇଥିବା ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବରେ ଶଙ୍ଖ ଫୁଙ୍କିଛନ୍ତି ସୁକାନ୍ତ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ କହିଛନ୍ତି ଯେ, ଆଜି ନୀଳଗିରିର ନେତୃ ମଣ୍ଡଳୀ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ପାଇଁ କରାଯାଉଥିବା ବିକାଶମୂଳକ କାମରେ ସମସ୍ତେ ସହଯୋଗ କରନ୍ତୁ। ସେହିପରି ବିଧାୟକ ସୁକାନ୍ତ ନାୟକ କହିଛନ୍ତି ଯେ, ଆମେମାନେ ବିଜୁ ଆଦର୍ଶରେ ଅନୁପ୍ରାଣିତ। ୨୦୧୯ରେ ବିଜେଡି ଛାଡ଼ି ଯେଉଁ ଦଳରେ ଯୋଗ ଦେଉଥିଲୁ, ସେଠି ଆମ କର୍ମୀଙ୍କ ସହ ନେତୃତ୍ୱଙ୍କ ସମନ୍ୱୟ ରହିଲା ନାହିଁ । ତେଣୁ ଆମେ ପୁଣିଥରେ ବିଜେଡିକୁ ଫେରିଲୁ ।

ad-week
Leave A Reply

Your email address will not be published.