ଉତ୍କଳ ଦିବସ ଉପଲକ୍ଷେ ଶୁଭେଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

add-all

ଉତ୍କଳ ଦିବସ ଉପଲକ୍ଷେ ଶୁଭେଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ। ଓଡ଼ିଶାବାସୀ ତଥା ଦେଶବିଦେଶରେ ରହୁଥିବା ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିପୁଳ ପ୍ରାକୃତିକ ସମ୍ପଦ ଓ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଇଁ ଓଡ଼ିଶା ପରିଚିତ। ରାଜ୍ୟ ଓ ରାଜ୍ୟବାସୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଶୀର୍ବାଦ କରନ୍ତୁ ବୋଲି ଟ୍ବିଟ କରିଛନ୍ତି ରାଷ୍ଟ୍ରପତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସମସ୍ତଙ୍କୁ ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରର ପ୍ରଗତିରେ ରାଜ୍ୟର ଉଲ୍ଲେଖନୀୟ ଯୋଗଦାନ ରହିଛି।  ଉତ୍କଳ ଦିବସ ଉପଲକ୍ଷେ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁ କ୍ଷେତ୍ରରେ ଓଡ଼ିଶା ଲେଖୁଛି ଏକ ଗରିମାମୟ ଇତିହାସ। ବିକଶିତ ଓଡ଼ିଶା ଗଠନ କରିବା ପ୍ରତି ଓଡ଼ିଆର ସଂକଳ୍ପ। ଅସ୍ମିତା ଓ ସ୍ବାଭିମାନକୁ ବଳିଷ୍ଠ କରି ବିକଶିତ ଓଡ଼ିଶା ଗଢ଼ିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

nis-ad
Leave A Reply

Your email address will not be published.