ବିଜେଡିରୁ ଇସ୍ତଫା ଦେଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନର ପୂର୍ବତନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ

add-all

ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଲେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନର ପୂର୍ବତନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ଆଜି ଏ ନେଇ ନିଜେ ସନ୍ଧ୍ୟାବତୀ ସୂଚନା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ସେ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ପାଖରେ ଆମ କଥା କି ଅଭିଯୋଗ ପହଞ୍ଚି ପାରୁନି। ତାଙ୍କୁ ବ୍ୟକ୍ତିଗତ ସ୍ବାର୍ଥ ଲାଗି ଏକ କୋଟେରି ଗ୍ରୁପ୍ ଘେରିଛନ୍ତି।

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅଧୀନସ୍ଥ ମୁନିନ୍ଦା ନିବାସୀ ସନ୍ଧ୍ୟାବତୀ ପ୍ରଧାନ ପୂର୍ବରୁ ପୁରୀ ଜିଲ୍ଲା ପରିଷଦର ସଦସ୍ୟ ଓ ପରେ ଉପାଧ୍ୟକ୍ଷ ଥିଲେ। ସେ ମଧ୍ୟ ଜିଲ୍ଲା ଯୋଜନା କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ସେ ଡେଲାଙ୍ଗସ୍ଥିତ ଗାଦିବ୍ରହ୍ମ ଡିଗ୍ରି କଲେଜର ପରିଚାଳନା ପରିଷଦରେ କୁଳପତିଙ୍କ ମନୋନୀତ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ସେ ଶିଶୁ ଅଧିକାର ସୁରକ୍ଷା କମିସନର ସଦସ୍ୟ ଓ ପରେ ଅଧ୍ୟକ୍ଷା ଭାବେ ଭାବେ କାର୍ଯ୍ୟ କରିଥିଲେ।

ad-week
Leave A Reply

Your email address will not be published.