ଓଡ଼ିଶା ଦିବସ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ

add-all

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ସମ୍ପର୍କିତ ଫଟୋ ଚିତ୍ର ପ୍ରଦର୍ଶନୀ ସ୍ଥାନୀୟ ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ଉଦଘାଟିତ ହୋଇଯାଇଛି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ ।

ଏହି ପ୍ରଦର୍ଶନୀରେ ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତିଙ୍କ ଠାରୁ ଆରମ୍ଭ କରି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଉତ୍କଳ ସମ୍ମିଳନୀ ସହିତ ଜଡିତ ବ୍ରଜ ସୁନ୍ଦର ଦାସ ଏବଂ ଆଦିନେତା ବିଚିତ୍ରାନନ୍ଦ ଦାସଙ୍କ ଫଟୋଚିତ୍ର ସହ ୧୯୩୬ ଏବଂ ବର୍ତ୍ତମାନ ଓଡ଼ିଶାର ମାନଚିତ୍ର ଏଥିରେ ସ୍ଥାନ ପାଇଥିଲା ।

ଏଥି ସହିତ ଉତ୍କଳ ସମ୍ମିଳନୀ ବିଭିନ୍ନ ଅଧିବେଶନ ଓ ଏ ସମ୍ପର୍କିତ ବିଭିନ୍ନ ଫଟୋଚିତ୍ର ଏଥିରେ ସ୍ଥାନ ପାଇଥିଲା । ଆଜିର ଫଟୋ ପ୍ରଦର୍ଶନୀ ଉଦଘାଟନ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ  ସଞ୍ଜୟ କୁମାର ସିଂହ, ନିର୍ଦେଶକ ସରୋଜ କୁମାର ସାମଲ, ନିର୍ଦେଶକ ବୈଷୟିକ ସୁରେନ୍ଦ୍ର କୁମାର ପରିଡା, ଅତିରିକ୍ତ ନିର୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦେଶକ ସୂର୍ଯ୍ୟ ରଞ୍ଜନ ମହାନ୍ତି, ଉପ ନିର୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଫଟୋଚିତ୍ର ପ୍ରଦର୍ଶନୀ ଦୁଇଦିନ ଖୋଲା ରହିବ।

ad-week
Leave A Reply

Your email address will not be published.