ପଶ୍ଚିମବଙ୍ଗରେ ଭୟଙ୍କର ଘୂର୍ଣ୍ଣିଝଡ଼: ୫ ମୃତ, ଶତାଧିକ ଆହତ

youtube

ପଶ୍ଚିମବଙ୍ଗରେ ଭୟଙ୍କର ଘୂର୍ଣ୍ଣିଝଡ଼। ହଠାତ୍ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ହେବାରୁ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ସୋଶାଲ ମିଡିଆରେ ଘୂର୍ଣ୍ଣିଝଡ ସମୟର ଭିଡିଓ ଭାଇରାଲ୍ ହେଉଛି।

ପବନର ବେଗ ଏତେ ଅଧିକ ରହିଥିଲା ଯେ, ଏଥିରେ ୮୦୦ରୁ ଅଧିକ ଘର ନଷ୍ଟ ହୋଇଯାଇ ଥିବାବେଳେ ବଡ଼ ବଡ଼ ଗଛ ସହ ବିଦ୍ୟୁତ୍ ଖୁଣ୍ଟି ଉପୁଡି ପଡିଛି। ଘର ଆଗରେ ଥିବା କାର୍, ବାଇକ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଜଲପାଇଗୁରି ସମେତ ପଡୋଶୀ ଜିଲ୍ଲା କୋଚବେହାର ଏବଂ ଆଲିପୁରଦୁର ଅଞ୍ଚଳରେ ଘୂର୍ଣ୍ଣିଝଡର ପ୍ରଭାବ ବିଶେଷ ଭାବେ ଅନୁଭୁତ ହୋଇଛି। 

ଖବର ଲେଖା ହେବା ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଏକାଧିକ ଶିଶୁ ମଧ୍ୟ ଅଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତମାନଙ୍କୁ ଡାକ୍ତରଖାନାରେ ଭେଟିଛନ୍ତି। କ୍ଷତିଗ୍ରସ୍ତଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବାନାର୍ଜୀ।

ସେପଟେ ଆସାମରେ ମଧ୍ୟ ପ୍ରବଳ ବର୍ଷା ଅନୁଭୂତ ହୋଇଛି। ଏଥିରେ ଲୋକପ୍ରିୟ ଗୋପିନାଥ ବୋରଦୋଲୋଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଛାତ ଭୁଶୁଡ଼ି ପଡିଛି। ସୌଭାଗ୍ୟବଶତଃ କୌଣସି ଜୀବନ ହାନୀ ହୋଇନାହିଁ। ସୋଶାଲ ମଡିଆରେ ବିମାନବନ୍ଦର ଭିତରେ ବର୍ଷା ପଡୁଥିବାର ଦୃଶ୍ୟ ପୋଷ୍ଟ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ୬ଟି ବିମାନ ପଥ ପରିବର୍ତ୍ତନ କରାଯାଇଛି। ଏନେଇ ଏୟାରପୋର୍ଟ ମୁଖ୍ୟ ଅଧିକାରୀ ସୂଚନା ଦେଇଛନ୍ତି। 

Leave A Reply

Your email address will not be published.