ବିଦ୍ୟୁତ ଆଘାତରେ ରାଜମିସ୍ତ୍ରୀ ମୃତ

youtube

ହିଞ୍ଜିଳିକାଟୁ ୧/୪ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବେଲଗାଁ ଥାନା ଅଧୀନ ଗଣ୍ଡଳା ଗ୍ରାମ ରେ ଏକ ଅଘଟଣ ଘଟିିଛି । ବିଦ୍ୟୁତ ଆଘାତରେ ରାଜମିସ୍ତ୍ରୀ ଙ୍କ ମୃତ୍ୟୁ ହୋଇଛି । କାମ କରୁଥିବା ସମୟରେ ବିତ୍ୟୁତ ଆଘାତରେ ରାଜମିସ୍ତ୍ରୀ ଙ୍କ ମୃତ୍ୟୁ ହୋଇଛି । ଜୈନିକ ବ୍ୟକ୍ତିଙ୍କ ଘର ଛାତ ଢଳେଇ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କୁ କରେଣ୍ଟ ଲାଗିଥିଲା । କାମ କରୁଥିବା ଅନ୍ୟ ମାନେ ତାଙ୍କୁ ବେଲଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣଙ୍କ ହେଲେ ଗଣ୍ଡଳା ଗ୍ରାମର ଲିପି ଦାସ ୨୭ ।

ସୂଚନାଅନୁଯାୟୀ ଲିପି ବେଲଗାଁ ଥାନା ଅଞ୍ଚଳରଗଣ୍ଡଳା ଗ୍ରାମର ତଳ ସାହିରେ ଛାତ ଢଳେଈ କରୁଥିଲେ । କାମ କରୁଥିବା ବେଳେ କୌଣସି କାରଣରୁ ଅସାବଧାନତାବଶତଃ ଛାତରେ ଭାଇଵେଟର ମାରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଲିପି ଆସିଯାଇଥିଲେ। ଫଳରେ ତାରରୁ କରେଣ୍ଟ ଲାଗି ସେ ଗୁରୁତର ଭାବେ ଆହତ ହୋଇ ଛାତରେ ପଡି ଯାଇଥିଲେ ।


ପରେ ଏନେଇ ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଲିପିଙ୍କୁ ବେଲଗାଁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବିଧିର ବିଧାନ କିଛି ଅଲଗା ଥିଲା । ସବୁ କିଛି ଶେଷ ହୋଇଯାଇଥିଲା । ଡାକ୍ତର ଭରତଙ୍କୁ ମୃତ ଘୋଷଣା କରିଥିଲେ । ଆଜି ମୃତଦେବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।ମଜୁରୀ ଲାଗି ପରିବାର ଚଳାଇଥିବା ମଣିଷଟା ସବୁ ଦିନ ପାଇଁ ଶୋଇ ଯାଇଛନ୍ତି । ବାପାଙ୍କୁ ହରାଇ ପିଲା ବେସାହାର ହୋଇଛନ୍ତି । ସ୍ବାମୀଙ୍କୁ ହରାଇ ଆବାକ ହୋଇଛନ୍ତି ସ୍ତ୍ରୀ । ଭାଇକୁ ହରାଇ କୋହ ରୋକି ପାରୁନାହିଁ ଭାଇ । ବିତ୍ୟୁତ ଆଘାତରେ ମିସ୍ତ୍ରୀ ଙ୍କ ମୃତ୍ୟୁ ହେବା ପୂର୍ବରୁ ଅନେକ ଘଟଣା ରହିଛି । ଏ ଦିଗରେ ସଚେତନ ରହିଲେ ଅଘଟଣ ଟଳିଯିବ ।

Leave A Reply

Your email address will not be published.