ସମସ୍ତ VVPAT ସ୍ଲିପ୍‌ ଗଣତି ଦାବି: ନିର୍ବାଚନ ଆୟୋଗଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

add-all

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ନିର୍ବାଚନ ଆୟୋଗର ଏ ସଂକ୍ରାନ୍ତ ନିୟମକୁ ଚ୍ୟାଲେଞ୍ଜ କରାଯାଇଛି। VVPAT ଯାଞ୍ଚ ପର୍ଯ୍ୟାୟ ଭାବରେ କରାଯିବା, ଅର୍ଥାତ୍ ଗୋଟିଏ ପରେ ଗୋଟିଏ ଯାଞ୍ଚ କରାଯିବା ଯୋଗୁ ଏଥିରେ ଅଯଥା ବିଳମ୍ବ ଘଟୁଛି। ତେଣୁ ଆବେଦନକାରୀ ଏକାସାଙ୍ଗରେ ଯାଞ୍ଚ କରିବା ଏବଂ ଗଣତିକୁ ତ୍ୱରାନ୍ୱିତ କରିବାକୁ ଅଧିକ କର୍ମଚାରୀ ରଖିବା ପାଇଁ ପରାମର୍ଶ ଦେଇଛନ୍ତି। ଏଭଳି କରିବା ଦ୍ୱାରା ପ୍ରତ୍ୟେକ ଅଞ୍ଚଳରେ ପ୍ରାୟ ୫ରୁ୬ ଘଣ୍ଟା ସମୟରେ କାମ ଶେଷ ହେବ ବୋଲି ସେ କହିଛନ୍ତି। ଏବେ ଚାଲିଥିବା ନିୟମ ଅନୁଯାୟୀ ଗୋଟିଏ ସଂସଦୀୟ କ୍ଷେତ୍ରରେ ଥିବା ପ୍ରତ୍ୟେକ ବିଧାନସଭା କ୍ଷେତ୍ରର ମାତ୍ର ପାଞ୍ଚଟି ଲେଖାଏଁ ଇଭିଏମର ଭିଭିପାଟ୍‌ ଯାଞ୍ଚ ହେଉଛି। ଆବେଦନକାରୀ ସମସ୍ତ ଇଭିଏମର ଭିଭିପାଟ୍‌ ଯାଞ୍ଚ କରିବାକୁ ଦାବି କରିଛନ୍ତି।

ସମସ୍ତ ଭିଭିପାଟ ସ୍ଲିପ୍‌ ଯାଞ୍ଚ ବା ଗଣତି କରି ଭୋଟର ଦେଇଥିବା ଭୋଟକୁ ବାଧ୍ୟତାମୂଳକ ଭାବେ କ୍ରସ୍‌ ଚେକିଂ କରିବା ପାଇଁ ଇସିଆଇ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନରେ ଦାବି ହୋଇଛି। କେବଳ ସେତିକି ନୁହେଁ ଭୋଟରଙ୍କୁ ବ୍ୟକ୍ତିଗତ ରୂପେ VVPATରୁ ବାହାର କରାଯାଇଥିବା ସ୍ଲିପକୁ ଏକ ସ୍ୱଚ୍ଛ ବାଲାଟ ବକ୍ସରେ ପକାଇବାକୁ ଅନୁମତି ଦେବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଛି।

ସରକାର ପ୍ରାୟ ସରକାର ପ୍ରାୟ ୨୪ ଲକ୍ଷ VVPAT କିଣିବା ପାଇଁ ପ୍ରାୟ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, କିନ୍ତୁ ବର୍ତ୍ତମାନ ମାତ୍ର ୨୦,୦୦୦ VVPAT ସ୍ଲିପ୍ ଯାଞ୍ଚ କରାଯାଇଛି। ତେଣୁ ସମସ୍ତ VVPAT ସ୍ଲିପ୍ ଯାଞ୍ଚ କରିବାକୁ ସେ ନିଜ ଆବେଦନରେ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ପରିସ୍ଥିତିରେ, VVPAT ସ୍ଲିପ୍ ମାଧ୍ୟମରେ ଯେକୌଣସି ପାଞ୍ଚଟି ମନୋନୀତ ଇଭିଏମ୍ ଯାଞ୍ଚ କରାଯିବା ନିୟମ ରହିଛି। ବାସ୍ତବରେ, VVPAT ହେଉଛି ଏକ ସ୍ୱତନ୍ତ୍ର ଭୋଟ୍ ଯାଞ୍ଚ ପ୍ରଣାଳୀ, ଯାହା ଭୋଟରଙ୍କୁ ତାଙ୍କ ଭୋଟ୍ ସଠିକ୍ ଭାବରେ କାଷ୍ଟ ହୋଇଛି କି ନାହିଁ ଦେଖିବା ପାଇଁ ଅନୁମତି ଦେଇଥାଏ।

ad-week
Leave A Reply

Your email address will not be published.