କଚୋଡି ଖାଉଥିଲେ ଲୋକେ, ଚଢ଼ିଗଲା ମର୍ସିଡିଜ୍‌ କାର୍‌

add-all

ଦୋକନାରେ କଚୋଡି ଖାଉଥିଲେ ଲୋକେ। ହଠାତ୍‌ ଦ୍ରୁତ ଗତିରେ ଆସି ଦୋକନ ଭିତରେ ପଶି ଲୋକଙ୍କ ଉପରେ ଚଢ଼ିଗଲା ମର୍ସିଡିଜ କାର୍‌। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଏଭଳି କିଛି ଦୁର୍ଘଟଣା ଘଟିଛି ଦିଲ୍ଲୀ ରାଜପୁର ରୋଡ ସିଭିଲ ଲାଇନ୍‌ ଅଞ୍ଚଳରେ।

ରବିବାର ମଧ୍ୟାହ୍ଣ ୩ଟା। ଦିଲ୍ଲୀର ସିଭିଲ ଲାଇନ୍‌ ଅଞ୍ଚଳ। ଏଠାରେ ଥିବା ପ୍ରସିଦ୍ଧ ଫତେହଚନ୍ଦ କଚୋଡି ଦୋକାନରେ କିଛି ଲୋକେ ଠିଆ ହୋଇ କଚୋଡି ଖାଉଥିଲେ। ଏହି ସମୟରେ ହଠାତ୍‌ ଏକ ଧଳା ରଙ୍ଗର ମର୍ସିଡିଜ କାର୍‌ ଦ୍ରୁତ ଗତିରେ ଆସି ଲୋକଙ୍କ ଉପରେ ଚଢ଼ି ଯାଇ ଦୋକାନ ଭିତରେ ପଶି ଯାଇଥିଲା। ଏଥିରେ ୬ ଜଣ ଆହତ ହୋଇଥିଲେ। ପରେ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ପୂରା ଘଟଣାର ଭିଡିଓ ସିସିଟିଭିରେ ଏକଦ୍‌ ହୋଇଛି।

ସେପଟେ ଏହି ମାମଲାରେ ପୁଲିସ ଗାଡି ଚାଳକଙ୍କୁ ଗିରଫ କରିଛି। ଗାଡି ଚାଳକ ଜଣକ ପେସାରେ ଜଣେ ଆଇନଜୀବୀ ବୋଲି ଜଣାପଡିଛି। ତାଙ୍କ ନାଁ ପରାଗ ମୌନୀ। ସେ ନୋଏଡାର ବାସିନ୍ଦା। ଦୁର୍ଘଟଣା ଘଟାଇବା ବେଳେ କାର୍‌ ଭିତରେ ଅଭିଯୁକ୍ତଙ୍କ ସହ ତାଙ୍କର ପତ୍ନୀ ମଧ୍ୟ ଥିଲେ। ତେବେ ଭୁଲ୍‌ ବଶତଃ ଏହି ଦୁର୍ଘଟଣା ଘଟିଥିବା ସେ କହିଛନ୍ତି।

ସେପଟେ ପୁଲିସ ତଦନ୍ତରୁ ଜଣାପଡିଛି ଯେ, ଗାଡି ଚଳାଇବା ବେଳେ ସେ ନିଶାଶକ୍ତ ଅବସ୍ଥାରେ ନଥିଲେ। ତଥାପି ତାଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଛି। ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରି ପୁଲିସ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.