ପଞ୍ଚଭୂତରେ ଲୀନ ହେଲେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ

add-all

ପୁରୀ: ପଞ୍ଚଭୂତରେ ଲୀନ ହେଲେ ଓଡିଶାର ବରିଷ୍ଠ ଭକ୍ତି ସଂଗୀତ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ। ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି। ବଡ଼ ପୁଅ ଅଭିନାଶ ଛୋଟରାୟ ମୁଖାଗ୍ନି ପ୍ରଦାନ କରିଛନ୍ତି କଣ୍ଠ ଶିଳ୍ପୀ ଶାନ୍ତିଲତାଙ୍କୁ। ଦୀର୍ଘ ଦିନ ହେବ ସେ କ୍ୟାନ୍ସର ରୋଗରେ ପୀଡିତ ହୋଇଥିବା ବେଳେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା। ତେବେ ଆଜି ଶାନ୍ତିଲତାଙ୍କ ମରଶରୀର ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲା ।

ପରେ ପରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଅନେକ ଶୁଭେଚ୍ଛୁ ପ୍ରଶଂସକ ମାନେ ତାଙ୍କୁ ଶେଷ ଦର୍ଶନ କରିବା ସହ ଶେଷ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଏଥିସହ ପୁରୀର ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ ତାଙ୍କୁ ଶେଷ ଦର୍ଶନ କରିବା ଲାଗି ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିବା ସହ କଣ୍ଠ ଶିଳ୍ପୀ ଶାନ୍ତିଲତା ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି। ମହାନ ଆତ୍ମାଙ୍କ ସଦଗତି ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି କହିଛନ୍ତି ବିଜେଡି ନେତା ଅରୂପ ପଟ୍ଟନାୟକ। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତିଲତାଙ୍କ ଶେଷକୃତ୍ୟ ଲାଗି ସ୍ୱର୍ଗଦ୍ୱାରରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା।

ad-week
Leave A Reply

Your email address will not be published.