ମନୋରଞ୍ଜନ ପାଣିଗ୍ରାହୀ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିସନର

add-all

ଭୁବନେଶ୍ବର: ମନୋରଞ୍ଜନ ପାଣିଗ୍ରାହୀ ଏପ୍ରିଲ୍ ୧ ତାରିଖ ଦିନ ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର କମିସନର ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିହାର, ଝାଡ଼ଖଣ୍ଡ ସହ ସେ ଓଡ଼ିଶାର ଦାୟିତ୍ୱ ମଧ୍ୟ ନିର୍ବାହ କରିବେ। ଶ୍ରୀ ପାଣିଗ୍ରାହୀ ୧୯୮୮ ମସିହା ଭାରତୀୟ ରାଜସ୍ୱ ସେବାର ଅଧିକାରୀ। ଏହା ପୂର୍ବରୁ ସେ ପଶ୍ଚିମବଙ୍ଗ ଓ ସିକିମ୍‌ର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ଥିଲେ।

ଶ୍ରୀ ପାଣିଗ୍ରାହୀ ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟକରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସେ ଓଡ଼ିଶା ସରକାରଙ୍କ ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ ବିଭାଗର ଶାସନ ସଚିବ ଭାବେ ଦୀର୍ଘ ପାଞ୍ଚବର୍ଷ କାର୍ଯ୍ୟ କରିଛନ୍ତି। ଶ୍ରୀ ପାଣିଗ୍ରାହୀ ଏକାଧାରରେ ଜଣେ ସୁବକ୍ତା, ସୁସାହିତ୍ୟିକ ଓ ସଂସ୍କୃତି ପ୍ରେମୀ ବ୍ୟକ୍ତିତ୍ଵ।

ad-week
Leave A Reply

Your email address will not be published.