ଫୁଲବାଣୀ ବାଣିଜ୍ଯ ମେଳା ୨୦୨୪ ଆରମ୍ଭ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ହାଇସ୍କୁଲ ପଡିଆ ଠାରେ ପ୍ରଥମ ଥର ପାଇଁ ଫୁଲବାଣୀ ବାଣିଜ୍ଯ ମେଳା ୨୦୨୪ ଆରମ୍ଭ ହୋଇଯାଇଛି l ମେଳାର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ପ୍ରେସ କ୍ଲବ ସମ୍ପାଦକ ବିରେନ୍ଦ୍ର କୁମାର ସୁବୁଦ୍ଧି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଇନଜିବୀ ତଥା ଜିଲ୍ଲା ମିଡିଆ ଫୋରମର ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭ ଉଦ୍ଘାଟନ କରିଥିଲେ l ଏହି ମେଳା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ |
ଏଥିରେ ମେଳାରେ ୬୦ ଟି ଷ୍ଟଲ ଖୋଲାଯାଇଛି l ଖୋଲିଥିବା ଷ୍ଟଲ୍ ଗୁଡିକରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହସ୍ତତନ୍ତ କାରୁକାର୍ଯ୍ୟ, ଫାଷ୍ଟ୍ ଫୁଡ, ପୁସ୍ତକ ବିକ୍ରୟ ବ୍ୟବସ୍ଥା ରହିଛି l ଏଥି ସହିତ ପିଲା ମାନଙ୍କ ପାଇଁ ବିଭିନ୍ନ ଖେଳଣା ଓ ଦୋଳି ମାନ ଆୟୋଜନ କରାଯାଇଛି l ଉକ୍ତ ମେଳାକୁ ଅମିତ କୁମାର ପ୍ରଧାନ ଓ ଗଣେଶ ଚନ୍ଦ୍ର ପାଲଟା ଆୟୋଜନ କରିଛନ୍ତି l ବହୁ ସଂଖ୍ୟାରେ ଲୋକ ମାନଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଥିଲା l

ad-week
Leave A Reply

Your email address will not be published.