କନ୍ଧମାଳ ଲୋକସଭା ଆସନ ରେ କଂଗ୍ରେସ ଦେଲା ସ୍ଥାନୀୟ ପ୍ରାର୍ଥୀ – ଅମୀରଚାନ୍ଦ ନାୟକ

add-all

ଫୁଲବାଣୀ : ବିଜେଡ଼ି ଓ ବିଜେପି ଉଭୟ କନ୍ଧମାଳ ଲୋକସଭା ଆସନ ପାଇଁ ସ୍ଥାନୀୟ ପାର୍ଥି ଦେବା ପରିବର୍ତ୍ତେ ବାହାର ପାର୍ଥି ଦେଇଥିବା ବେଳେ କଂଗ୍ରେସ ଦେଇଚି ସ୍ଥାନୀୟ ପ୍ରାର୍ଥୀ l କଂଗ୍ରେସ ଦଳ ବିଭିନ୍ନ ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଆଇସିସି ଜାରି କରିଥିବା ତାଲିକା ଅନୁସାରେ କନ୍ଧମାଳ ଲୋକସଭା ଆସନ ପାଇଁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଂଚଳର ଅମୀରଚାନ୍ଦ ନାୟକଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛି ।
ସେ ପୂର୍ବରୁ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ
ଭାବେ କାର୍ଯ୍ୟରତ ଥିଲେ। ସେ ୨୦୧୯ ନିର୍ବାଚନ ପୂର୍ବରୁ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ରାଜନୀତିରେ ପ୍ରବେଶ କରିଥିଲେ। ୨୦୨୧ ରେ କଂଗ୍ରେସ ଦଳରେ ଯୋଗ ଦେଇ ସକ୍ରିୟ ଭାବେ ସଙ୍ଗଠନ କାର୍ଯ୍ୟ ଆରମ୍ଭ କରିଥିଲେ। ଦଳର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରିବା ସହିତ ଦାରିଙ୍ଗବାଡ଼ି ଅଞ୍ଚଳରେ ତାଙ୍କର ଭଲ ଜନ ସମ୍ପର୍କ ରହିଥିବା ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡ଼ିଛି l ବହୁ ବର୍ଷ ହେବ କନ୍ଧମାଳ ଜିଲ୍ଲାରେ ସାଂସଦ ବାହାରୁ ଆସି ରାଜତ୍ଵ କରୁଥିବା ନେଇ ସବୁ ଦଳ ନିଜ ନିଜର ଦଳରେ ସ୍ଥାନୀୟ ପ୍ରାର୍ଥୀ ଦେବା ପାଇଁ ଅଡି ବସିଥିଲେ କିନ୍ତୁ ଦଳୀୟ ରାଜ୍ଯ ସଭାପତିଙ୍କ ନିଷ୍ପତ୍ତି କ୍ରମେ ପୁନଃ ବାହାର ପ୍ରାର୍ଥୀ ଉଭୟ ବିଜେଡି ବିଜେପି ଘୋଷଣା କରିଛି l ସ୍ଥାନୀୟ ଭୋଟର ମାନେ ମଧ୍ଯ ସ୍ଥାନୀୟ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଭୋଟ ଦେବେ ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି l କଂଗ୍ରେସ ଗଡ଼ରୁ କଂଗ୍ରେସ କର୍ମୀ ଦଳୀୟ ଲୋକସଭା ପାର୍ଥି ଘୋଷଣା କରିଥିବାରୁ କଂଗ୍ରେସ ପଗ ଡା ଭାରି ହେବ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି l

ad-week
Leave A Reply

Your email address will not be published.