ଆମ ସଂସ୍କୃତି, ଆମ ଖେଳଣା ଉତ୍ସବ ପାଳିତ

add-all

ହିଞ୍ଜିଳିକାଟୁ (୩/୪) : ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଳକ ଅର୍ନ୍ତଗତ କୃଷ୍ଣଛାଈ ବିଦ୍ୟାଳୟ ଠାରେ ବ୍ରହ୍ମପୁର କ୍ଲଷ୍ଟର ସ୍ତରୀୟ ଆମ ସଂସ୍କୃତି ଆମ ଖେଳଣା ଉତ୍ସବ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିବାକର ସାହୁ ଙ୍କ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶେରଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଉପେନ୍ଦ୍ର ପାଢି ଯୋଗ ଦେଇଥିବା ଵେଳେ ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଵୈଳେନ୍ଦ୍ରୀ ଦଳାଇ,ସିଆରସିସି ଉମେଶ ଚନ୍ଦ୍ର ସାହୁ, ବିଦ୍ୟାଳୟ ପରିଚାଳନା ସଭାପତି ସୂର୍ଯ୍ୟ କୁମାର ଗୈ।ଡ,ବି, ବ୍ରହ୍ମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିଶିର ପ୍ରଧାନ ଯୋଗ ଦେଇ ଉଦଘାଟନ କରିଥିଲେ।

ଖଜୁରୀ ପତ୍ରରୁ ନିର୍ମିତ ସାମଗ୍ରୀ ଏବଂ ଖେଳଣା ଓ ଶିକ୍ଷୟଣୀୟ ସାମଗ୍ରୀ ଗୁଡିକ କର୍ମଶାଳା ନିର୍ମାଣ କରାଯାଇ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରାଯାଇଥିଲା। କର୍ମଶାଳା ଅବସରରେ ନିର୍ମିତ ସାମଗ୍ରୀ ଗୁଡିକର ପାଠ୍ୟ ସାମଗ୍ରୀ ସହିତ ସର୍ମ୍ପକ ଉପରେ ଆଲୋକପାତ କରାଯାଇଥିଲା। କୃଷ୍ଣଛାଇ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଅରୁଣ କୁମାର ମହାରଣା ଅତିଥି ପରିଚୟ ପ୍ରଦାନ ସହମଞ୍ଚପରିଚାଳନା କରିଥିବା ବେଳେଶେଷରେ କାଚଖଣ୍ଡି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶଶିଭୁଷଣ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.