ପୁଣିଥରେ ବ୍ରହ୍ମପୁର ବିଧାନସଭା ଆସନରୁ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ହେଲେ ଡ଼ଃ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ

add-all

ବ୍ରହ୍ମପୁର : ବିଜେଡି ଦଳ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଏବଂ ତୃତୀୟ ପର୍ଯ୍ୟାୟ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଙ୍କ ନାମ ଘୋଷଣା କରାଯାଇଛି।ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବିଧିବଦ୍ଧ ଭାବେ ପ୍ରାର୍ଥୀ ଙ୍କ ତାଲିକାକୁ ସାର୍ବଜନୀନ କରିଛନ୍ତି।ବ୍ରହ୍ମପୁର ଲୋକସଭା ଆସନ ପାଇଁ ଭୃଗୁବକ୍ସି ପାତ୍ର ଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଧାନସଭା ଆସନ ପାଇଁ ପୁଣିଥରେ ପୂର୍ବତନ ବିଧାୟକ ଡ଼ଃ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଦଳ ଟିକେଟ ଦେଇଛି।ସମସ୍ତ ସମିକରଣ ଓ କଳ୍ପନା ଜଳ୍ପନା ରେ ପଡିଛି ପୂର୍ଣଛେଦ।

ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପକ୍ଷରୁ ବିଧାୟକ ଭାବେ ଯୁବନେତା ବିକ୍ରମ କୁମାର ପଣ୍ଡା ଟିକେଟ ପାଇବା ସହିତ ନିର୍ବାଚନ ରେ ଜିତିଥିଲେ।କିନ୍ତୁ ଚଳିତ ବର୍ଷ ନିର୍ବାଚନ ରେ ବିକ୍ରମ କୁମାର ପଣ୍ଡା ଙ୍କୁ ଗୋପାଳପୁର ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ଦେଇଛି ଦଳ।ଗତ ନିର୍ବାଚନରେ ସାଂସଦ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ ଟିକେଟ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ତତ୍କାଳୀନ ବିଜେପି ନେତା ଭୃଗୁବକ୍ସି ପାତ୍ର ଙ୍କୁ ହରାଇ ଥିଲେ।ତେବେ ଚଳିତ ନିର୍ବାଚନ ରେ ବିଜେପି ତ୍ୟାଗ କରି ଆଜି ବିଜେଡି ରେ ସାମିଲ ହୋଇଥିବା ଭୃଗୁବକ୍ସି ପାତ୍ର କୁ ବ୍ରହ୍ମପୁର ସାଂସଦ ଭାବେ ଦଳ ଟିକେଟ ଦେଇଛି।ତେବେ ଚନ୍ଦ୍ର ଶେଖର ସାହୁଙ୍କୁ କେବଳ ଉପସଭାପତି ପଦବୀରେ ସୀମିତ ରଖିଛି ଦଳ।ତେବେ ଆଗାମୀ ନିର୍ବାଚନ ଜନତାଙ୍କ ଜନମତ କୁ ଅପେକ୍ଷା ରହିଛି।

ad-week
Leave A Reply

Your email address will not be published.