୪୧ ଡିଗ୍ରି ଉପରେ ରାଜ୍ୟର ୬ ସହର

add-all

ଭୁବନେଶ୍ବର: ରାଜ୍ୟର ୬ଟି ସହରରେ ଆଜି ତାପମାତ୍ର ୪୧ ଡିଗ୍ରି କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି। ଏଥିରେ ବୌଦ୍ଧରେ ସର୍ବାଧିକ ତାପମାତ୍ରା ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବୌଦ୍ଧରେ ଆଜି ତାପମାତ୍ର ୪୧.୮ ଡିଗ୍ରି ରେକର୍ଡ କରାଯାଇଛି।

ସେହିପରି ମାଲକାନଗିରିରେ ପାରା ୪୧.୬ ଡ଼ିଗ୍ରି ପହଞ୍ଚି ଥିବା ବେଳେ ଟିଟିଲାଗଡରେ ୪୧.୫, ବଲାଙ୍ଗୀରରେ ୪୧.୫ ଡ଼ିଗ୍ରି, ଅନୁଗୁଳରେ ୪୧.୩ ଡ଼ିଗ୍ରି, ଭବାନୀପାଟଣାରେ ୪୧ ଡ଼ିଗ୍ରି, ଝାରସୁଗୁଡାରେ ୪୦.୮ ଡ଼ିଗ୍ରି, ନୟାଗଡରେ ୪୦.୬ ଡ଼ିଗ୍ରି, ସମ୍ବଲପୁରରେ ୪୦.୪ ଡ଼ିଗ୍ରି ଓ ତାଳଚେରରେ ୪୦.୪ ଡ଼ିଗ୍ରି ତାପମାତ୍ରା ରେକର୍ଡ ହୋଇଛି।

ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟର କିଛି-କିଛି ସ୍ଥାନରେ ୨ ରୁ ୩ ଡ଼ିଗ୍ରି ଯାଏଁ ଦିନ ତାପମାତ୍ରାରେ  ବୃଦ୍ଧି ସମ୍ଭାବନା ରହିଛି। ଆଦ୍ର ପାଣିପାଗ, ଗ୍ରୀଷ୍ମ ପ୍ରବାହ ତଥା ଉଷ୍ନ ରାତ୍ରି ପରିସ୍ଥିତି ସମ୍ଭାବନା ଥିବାରୁ ୟେଲୋ ଚେତାବନୀ ଜାରି କରାଯାଇଛି।

ad-week
Leave A Reply

Your email address will not be published.