ମଥୁରା ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କଲେ ହେମାମାଳିନୀ

add-all

ଲକ୍ଷ୍ନୌ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କିଛିଦିନ ବ‌ାକିଥିବା ବେଳେ ଗୁରୁବାର ଭାଜପା ପ୍ରାର୍ଥୀ ହେମାମାଳିନୀ ମଥୁରା ଲୋକସଭା ଆସନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।
ଗତବର୍ଷ ଅକ୍ଟୋବରରେ ହେମା ମାଳିନୀ ୭୫ ବର୍ଷ ବୟସରେ ପ୍ରଦାର୍ପଣ କରିଥିଲେ। ଏଭଳି ପରିସ୍ଥିତିରେ ସେ ଏଥର ଟିକେଟ ପାଇବେ କି ନାହିଁ ସେନେଇ କଳ୍ପନାଜଳ୍ପନା ଚାଲିଥିଲା। ଲୋକସଭା ନିର୍ବାଚନ-୨୦୨୪ରେ ବିଜେପି ହେମା ମାଲିନୀଙ୍କୁ ପ୍ରାର୍ଥୀ କରି ସମସ୍ତ କଳନାଜଳ୍ପନାର ଅନ୍ତ କରିଥିଲା।
ନିକଟରେ ହେମା ମାଲିନି ନିଜେ ଘୋଷଣା କରିଥିଲେ ଯେ ଯଦି ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ କେବଳ ମଥୁରାରୁ ହିଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ନଚେତ୍ ସେ ନିର୍ବାଚନ ଲଢ଼ିବେ ନାହିଁ। ଏହି କାରଣରୁ ବିଜେପି ତାଙ୍କୁ ତୃତୀୟ ଥର ପାଇଁ ପୁଣି ପ୍ରାର୍ଥୀ କରି ନିର୍ବାଚନ ମିଇଦାନକୁ ଓହ୍ଲାଇଛି।ଏହାପୂର୍ବରୁ ସେ ୨୦୧୪ ଏବଂ ୨୦୧୯ରେ ମଥୁରାରେ ଲୋକ ସଭା ନିର୍ବାଚନରେ ଜିତିଥିଲେ।
ନାମାଙ୍କନପତ୍ର ଦାଖଲ ପୂର୍ବରୁ ହେମାମାଳିନୀ ମଥୁରାର ବିଶ୍ରାମ ଘାଟରେ ପହଞ୍ଚି ଯମୁନାଙ୍କୁ ପୂଜନ କରିଥିଲେ। ନାମାଙ୍କନପତ୍ର ଦାଖଲ ପରେ ହେମାମାଳିନୀ ଯମୁନାନଦୀକୁ ପ୍ରଦୂଷଣ ମୁକ୍ତ କରିବା ସହିତ ମଥୁରାବାସୀଙ୍କ ପାଇଁ ବିକାଶମୂଳକ ପ୍ରକଳ୍ପ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ହେମାମାଳିନୀଙ୍କ ଏହି ପ୍ରତିଶ୍ରୁତିରେ ମଥୁରାବାସୀ ଖୁସି ହୋଇ କହିଛନ୍ତି, ‘ହୋମାମାଳିନୀ କରିଥିବା ପ୍ରତିଶ୍ରୁତି ଯଦି ପୁରା ହୁଏ ତେବେ ଏହା ମଥୁରାବାସୀଙ୍କର ଏକ ବଡ଼ ଉପଲବ୍ଧି ହେବ।’

ad-week
Leave A Reply

Your email address will not be published.