୧୬କୁ ଘୁଞ୍ଚିଲା ବ୍ଲାକରୋଜ୍ ମାମଲାର ପରବର୍ତ୍ତୀ ଶୁଣାଣି

add-all

କଟକ : ଆସନ୍ତା ୧୬ ତାରିଖକୁ ଘୁଞ୍ଚିଲା ବହୁଚର୍ଚ୍ଚିତ ବ୍ଲାକରୋଜ୍ ମାମଲାର ଶୁଣାଣି। ପାରାଦୀପ ନିକଟରେ ବ୍ଲାକରୋଜ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବି ସମ୍ପର୍କିତ ମାମଲାର ଶୁଣାଣି ଆସନ୍ତା ୧୬ ତାରିଖକୁ ଘୁଞ୍ଚିଛି।
ବ୍ଲାକରୋଜ୍ ଜାହାଜ ବୁଡ଼ି ମାମଲାରେ ଆଜି ହାଇକୋର୍ଟରେ ହାଜର ହୋଇଥିଲା ଜାହାଜ ଚଳାଚଳ ମନ୍ତ୍ରାଳୟ। ଆଇନର କେଉଁ ବ୍ୟବସ୍ଥା ଆଧାରରେ ଏହି ଘଟଣାର ପୁନର୍ବାର ତଦନ୍ତ କରାଯାଇପାରିବ ବୋଲି କୋର୍ଟ ଜାଣିବାକୁ ଚାହିଁଥିଲେ। ପୂର୍ବରୁ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରିଥିବାରୁ କ’ଣ ପାଇଁ ସିବିଆଇ ତଦନ୍ତର ଆବଶ୍ୟକତା ରହିଛି ବୋଲି ମାମଲାର ଶୁଣାଣି ସମୟରେ ଆବେଦନାକାରୀଙ୍କୁ ହାଇକୋର୍ଟ ପଚାରିଥିଲେ।
ତେବେ ଏହାର ଜବାବ ପାଇଁ ଆବେଦନକାରୀ ମହଲତ ମାଗିବାରୁ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୬ ତାରିଖକୁ ଧାର୍ଯ୍ୟ କରିଛନ୍ତି କୋର୍ଟ। ଗତ ୨୦୦୯ ମସିହା ସେପ୍ଟେମ୍ବର ୯ ତାରିଖରେ ପାରାଦୀପ ସମୁଦ୍ରରେ ବୁଡ଼ି ଯାଇଥିଲା ବ୍ଲାକରୋଜ ଜାହାଜ।

ad-week
Leave A Reply

Your email address will not be published.