ଟଙ୍କା ନେଇ କଂଗ୍ରେସ ଟିକେଟ ଦେବା ଅଭିଯୋଗ: ଶରତ ପଟ୍ଟନାୟକ କହିଲେ- ପ୍ରମାଣ ଦେଲେ, ରାଜନୀତିରୁ ସନ୍ୟାସ ନେଇଯିବି

add-all

ଭୁବନେଶ୍ବର: ଟଙ୍କା ନେଇ କଂଗ୍ରେସ ଦଳ ଟିକେଟ ଦେଉଥିବା ଅଭିଯୋଗ ଉପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ପିସିସି ସଭାପତି କିମ୍ବା ପ୍ରଭାରୀ ଡ଼. ଅଜୟ କୁମାର ଟଙ୍କା ନେଇଥିବା ଯେଉଁ ଅଭିଯୋଗ ଆସୁଛି ତାହା ବୃଥାହୀନ। ଏଥିରେ କୌଣସି ସତ୍ୟତା ନାହିଁ। ଯିଏ ଅଭିଯୋଗ ଲଗାଉଛନ୍ତି ଯଦି ସିଏ ପ୍ରମାଣ ଦେଇଦେବେ ତାହେଲେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି।
ସୂଚନାଯୋଗ୍ୟ, କଂଗ୍ରେସ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୮ଟି ଲୋକସଭା ଓ ୪୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ମାଲକାନଗିରି ନିର୍ବାଚନ ମଣ୍ଡଳୀ ପାଇଁ ମାଲା ମାଢି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ମଙ୍ଗୁ ଖିଲଙ୍କ ନାମ ଘୋଷଣା କରିଥିଲା। ତେବେ ଚିତ୍ରକୋଣ୍ଡାରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ପ୍ରଥମ ଦାବିଦାର ଭାବେ ଶରତ ଚନ୍ଦ୍ର ବୁରୁଦା ରହିଥିଲେ। ତେବେ ଶରତଙ୍କୁ ଟିକଟ ନମିଳିବା ପରେ ସେ ଗଣମାଧ୍ୟମ ଆଗରେ ଓଡିଶା ପ୍ରଭାରୀ ଅଜୟ କୁମାର ତାଂକୁ ଟିକଟ ପାଇଁ ୪୦ ଲକ୍ଷ ଟଂକା ମାଗିଥିବା ଅଭିଯୋଗ କରିଥିଲେ। ଏପିରିକି ସେ ହୋଟେଲରେ ଖାଦ୍ୟ ପାଇଁ ୮ ହଜାର ଟଂକା ଫୋନ ପେ ଯୋଗେ ନେଇଥିବା ମଧ୍ୟ ଅଭିଯୋଗ କରିଥିଲେ

ad-week
Leave A Reply

Your email address will not be published.