ଖଲ୍ଲିକୋଟ ରେ ବିଜେଡ଼ି ରେ ଗୋଷ୍ଟି କନ୍ଦଳ ତୀବ୍ରତର….

add-all

ବିଧାୟିକା ଙ୍କ ଟିକେଟ ବାତିଲ ନକଲେ ପରିସ୍ଥିତି ଭୟା ଭୟ ହେବ……!


ଵ୍ରହ୍ମପୁର: ୫-୪ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଏବେ ରୋଚକ ସ୍ଥିତି ରେ ପହଞ୍ଚିଛି। ସ୍ଥାନୀୟ ବିଧାୟିକା ଓ ତାଙ୍କ ସ୍ବାମୀ ଙ୍କ କାର୍ଯ୍ୟ କଳାପ ରେ ଅତିଷ୍ଠ ହୋଇ ସୁଜ୍ଞାନ ଲିଗାସି ର କର୍ମୀମାନେ ନୂଆଁ ମୁହଁଦେବାକୁ ଦାବୀ କରି ଆସୁଛନ୍ତି। ପ୍ରଦୀପ ପାଣିଗ୍ରାହୀ ଭୟରେ ଦଳ ପୁଣି ଖଲ୍ଲିକୋଟ ରେ ସୂର୍ଯ୍ୟମଣି ବୈଦ୍ୟ ଙ୍କୁ ରିପିଟକରିଛି। ଟିକେଟ ଘୋଷଣା ପରେ ସୁଜ୍ଞାନୀ ସେନା ଓ କର୍ମୀମାନେ ଯଦି ଦଳ ମୁଖିଆ ପରିବର୍ତ୍ତନ ନ କରନ୍ତି। ତାହା ହେଲେ ବିକଳ୍ପ ନିଷ୍ପତି ନେବାକୁ ସଜବାଜ ହେଉଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ଆସିକା ଲୋକସଭା ନିର୍ବାଚନ ରେ ବି ଏହାର ପ୍ରଭାବ ଦେଖି ବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଏପଟେ ବିଜେପି ପୂର୍ଣ୍ଣ ଚନ୍ଦ୍ର ସେଠି ଙ୍କୁ ମଇଦାନରେ ଓହ୍ଲାଇଛି। ଏଥର ଗଞ୍ଜାମ ଜିଲ୍ଲାରେ ବିଜେଡ଼ି ର ଗଣିତ କଷା ଭୁଲ ପ୍ରମାଣିତ ହେବ ବୋଲି ରାଜନୈତିକ ପଣ୍ଡିତ ମାନେ ମତ ପ୍ରକାଶ କରିଛନ୍ତି। ଖଲ୍ଲିକୋଟ, ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିରୋଧାଭାଷ ଜଳ ଜଳ ଦେଖାଯାଉଛି। ଏହି ଦୁଇଟି ନିର୍ବାଚନ ମଣ୍ଡଳୀ ଶାସକ ଦଳ କୁ ମହଙ୍ଗା ପଡ଼ିବ ବୋଲି ଲୋକେ ଏବେ ଠାରୁ କହିଲେଣି। ଖଲ୍ଲିକୋଟ ରେ ସ୍ୱାମୀ ସ୍ତ୍ରୀ ଙ୍କ ଜଲୱା ଏଥର ଫିକା ପଡ଼ିବ ବିଜେଡ଼ି ହାତରୁ ଦୀର୍ଘ ବର୍ଷ ହେଲା ରହିଥିବା ଗଡ଼ ଦୋହଲି ଯିବ ବୋଲି ଚର୍ଚ୍ଚା ଜୋର ଧରିଛି।ଶାସକ ଦଳ ଭିତରେ ଥିବା ଗୋଷ୍ଟି କନ୍ଦଳ ର ଫାଇଦା ବିଜେପି କୁ ହେବ ବୋଲି ରାଜନୈତିକ ମହଲ ରେ ଆଲୋଚନା ହେଉଛି। ହାଇକମାଣ୍ଡୋ ଖଲ୍ଲିକୋଟ ଓ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ପରିବର୍ତ୍ତନ କରିବେ ନା ରିସ୍କ ନେବେ ଦେଖିବାକୁ ବାକି ରହିଲା।

ad-week
Leave A Reply

Your email address will not be published.