ବିଜେପିରେ ମିଶିଲେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ

add-all

ଗୁରୁବାର (ଗତକାଲି) ବିଜେଡିରୁ ଇସ୍ତଫା ଦେଇଥିବା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଆଜି ବିଜେପିରେ ମିଶିଛନ୍ତି। କତଡ଼ା ନିକଟରେ ବିଜେପିର ବୁଥ୍ ସ୍ତରୀୟ କର୍ମଶାଳା ଚାଲିଥିବା ବେଳେ ଶ୍ରୀ ସାଏ ସେଠାରେ ଦଳରେ ସାମିଲ ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆଠମଲ୍ଲିକର ପୂର୍ବତନ ବିଧାୟକ ସଞ୍ଜୀବ ସାହୁ ପ୍ରମୁଖ ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ।  

ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଥିଲେ ବିଧାୟକ ରମେଶ ଚନ୍ଦ୍ର ସାଏ। ତେବେ ତାଙ୍କୁ ଏଥର ବିଜେଡି ଟିକେଟ ଦେଇ ନାହିଁ। ତାଙ୍କ ବଦଳରେ ଦଳ ଆଠମଲ୍ଲିକରୁ ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। 

୨୦୧୯ରେ ରମେଶ ଚନ୍ଦ୍ର ସାଏ ବିଜେପି ପ୍ରାର୍ଥୀ ଭାଗିରଥୀ ପ୍ରଧାନଙ୍କୁ ୪୭ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରି ବିଜୟୀ ହୋଇଥିଲେ। ବିଜେପି ଏଥର ଆଠମଲ୍ଲିକରୁ ପୂର୍ବତନ ବିଧାୟକ ସଞ୍ଜୀବ ସାହୁଙ୍କୁ ଟିକେଟ୍ ଦେଇଛି। ସଞ୍ଜୀବ ସାହୁ ୨୦୦୯ ଓ ୨୦୧୪ରେ ବିଜେଡି ଟିକେଟରେ ଏହି ଆସନରୁ ବିଜୟୀ ହୋଇ ବିଧାନସଭାକୁ ଯାଇଥିଲେ। 

ad-week
Leave A Reply

Your email address will not be published.