ପିତୃମାତୃ ବିହୀନ ଶିଶୁ ମାନଙ୍କ ପରିବାରକୁ ଥଇଥାନ

add-all

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରମୁଲି ଅଞ୍ଚଳର ପାଞ୍ଚ ଶିଶୁଙ୍କ ପ୍ରଥମେ ମାଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ମାସରେ ବାପା ମଧ୍ୟ ଆରପାରିକୁ ଚାଲି ଯାଇଥିଲେ। ପରେ ଜିଲ୍ଲା ଚାଇଲ୍ଡ ଲାଇନ ଓ ପ୍ରେମ୍ ସଂସ୍ଥାର କର୍ମକର୍ତ୍ତା ପହଞ୍ଚି ତଦନ୍ତ କରିଥିଲେ। ଆଜି ଚାଇଲ୍ଡ ଲାଇନ ଓ ପ୍ରେମ ସଂସ୍ଥା ସହିତ ଅଙ୍ଗନୱାଡ଼ି କର୍ମୀ ପାଞ୍ଚ ଭାଇ ଭଉଣୀଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜିର୍ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନଙ୍କ ତତ୍ତ୍ଵାବଧାନରେ ସେମାନଙ୍କୁ କାଉନସେଲିଂ କରାଯାଇଥିଲା। ପରେ ଦୁଇ ଭାଇଙ୍କୁ କଳିଙ୍ଗା ଶିଶୁ ଯତ୍ନ ଅନୁଷ୍ଠାନ ଓ ଦୁଇ ଭଉଣୀଙ୍କୁ ଘୁ ଉଦୟଗିରି ଶିଶୁ ଯତ୍ନ ଅନୁଷ୍ଠାନ ହଷ୍ଟେଲରେ ଥଇଥାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ସିଡ ବ୍ଲୁସି। ବଡ଼ ଭଉଣୀକୁ ମଧ୍ୟ ଫୁଲବାଣୀ ସରକାରୀ ପଲିଟେକନିକରେ ପାଠ ପଢ଼ିବା ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ad-week
Leave A Reply

Your email address will not be published.