ବେଆଇନ ଦେଶୀମଦ ପ୍ରସ୍ତୁତି ଓ ବିକ୍ରି କରିବା ଅଭିଯୋଗରେ ୫ ଗିରଫ

add-all

ଭୁବନେଶ୍ୱର: ଦିନକୁ ଦିନ ଦେଶୀମଦ କାରବାର ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବେଆଇନ ଦେଶୀ ମଦ ପ୍ରସ୍ତୁତିକୁ ରୋକିବା ପାଇଁ ପୋଲିସ କଡ଼ାକଡ଼ି କରିଛି। ଭୁବନେଶ୍ବର-କଟକର ପୋଲିସ କମିଶନର ସଂଜୀବ ପଣ୍ଡା ଏବଂ ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଧେଶ କ୍ରମେ ମୈତ୍ରୀବିହାର ଥାନାଧିକାରୀଙ୍କ ନେତୃତ୍ବରେ ଏକ ସ୍ପେଶାଲ ଟିମ ଗଠନ କରାଯାଇଥିଲା ।

ଉକ୍ତ ପୋଲିସ ଟିମ ସାଲିଆ ସାହିରେ ଥିବା ବିଭିନ୍ନ ବସ୍ତି ଅଞ୍ଚଳରେ ଅତର୍କିତ ଚଢଉ କରିବା ସହ ବେଆଇନ ବିଷାକ୍ତ ମଦ ପ୍ରସ୍ତୁତି କରି ତାହାକୁ ସର୍ବସାଧାରଣରେ ବିକ୍ରୟ କରିବା ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ କାବୁ କରିଥିଲା। ଛାନବିନ ସମୟରେ ପୋଲିସ ଉକ୍ତ ଅଭିଯୁକ୍ତମାନଙ୍କ ହେପାଜତରୁ ପ୍ରଚୁର ପରିମାଣରେ ବିଷାକ୍ତ ଦେଶୀ ମଦ ସହିତ ମଦପ୍ରସ୍ତୁତି ଉପକରଣ ଜବତ କରିଥିଲା।

ପଚରାଉଚରା ବେଳେ ଏହି ଅଭିଯୁକ୍ତମାନେ ଦେଶୀମଦ ପ୍ରସ୍ତୁତି ତଥା ବିକ୍ରୟ ନେଇ ପାଖରେ କୌଣସି ଅନୁମତି ପତ୍ର ନଥିବା ସ୍ଵୀକାର କରିଥିଲେ। ବେଆଇନ ଦେଶୀମଦ ପ୍ରସ୍ତୁତି ଓ ବିକ୍ରୟ ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

ad-week
Leave A Reply

Your email address will not be published.