ଆତୀଶିଙ୍କ ବଢ଼ିଲା ଅଡୁଆ, ନୋଟିସ୍‌ ଜାରି କଲେ ନିର୍ବାଚନ କମିଶନର

add-all

ଥମୁନି ଦିଲ୍ଲୀ କ୍ୟାବିନେଟ୍ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତ୍ରୀ ଆତୀଶଙ୍କ ଅଡୁଆ। ‘ବିଜେପି ତାଙ୍କୁ ଦଳରେ ମିଶିବାକୁ ଅଫର କରିଥିବା ବୟାନ ଦେଇ ପଶିଛନ୍ତି ଆତୀଶି। ତାଙ୍କର ଏହି ବୟାନକୁ ନେଇ ଏବେ ନିର୍ବାଚନ କମିଶନର ତାଙ୍କୁ ନୋଟିସ ଜାରି କରିଛନ୍ତି। ବିଜେପିର ଅଭିଯୋଗ ପରେ ଏହି ନୋଟିସ ଜାରି କରାଯାଇଛି।

ନିର୍ବାଚନ ଆୟୋଗଙ୍କ ମୁତାବକ, ଏପ୍ରିଲ ୪ ତାରିଖରେ ଆତୀଶଙ୍କ ବିରୋଧରେ ବିଜେପି ଅଭିଯୋଗ କରିଥିଲା। ସେ ବିଜେପି ବିରୋଧରେ ମିଥ୍ୟା ବୟାନ ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ଆତୀଶିଙ୍କୁ ନୋଟିସ ଜାରି କରାଯାଇଛି। ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ଲିଖିତ ରୂପେ ଏହାର ଜବାବ ଦେବାକୁ ନିର୍ବାଚନ ଆୟୋଗ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାପୂର୍ବରୁ ବିଜେପି ପକ୍ଷରୁ ମଧ୍ୟ ଆତୀଶିଙ୍କୁ ନୋଟିସ ଜାରି କରାଯାଇଥିଲା। କିଏ ତାଙ୍କୁ ବିଜେପିରେ ମିଶିବାକୁ ଅଫର ଦେଇଛି, ତା’ର ଖୁଲାସା ହେବା ଉଚିତ। ଏହାର ପ୍ରମାଣ ଦିଅନ୍ତି ବୋଲି ଏଥିରେ କୁହାଯାଇଥିଲା। ଯଦି ସେ ପ୍ରକୃତ ସତ ସାମ୍ନାକୁ ନ ଆଣନ୍ତି ତେବେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜେପି କହିଥିଲା।

କହିରଖୁ, ଏପ୍ରିଲ ୨ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଆତୀଶି ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ବିଜେପି ତାଙ୍କୁ ଦଳରେ ମିଶିବାକୁ ଅଫର କରିଛି। ଯଦି ସେ ଦଳରେ ମିଶିବାକୁ ମନା କରନ୍ତି ତେବେ ଏକ ମାସ ଭିତରେ ତାଙ୍କ ଘରେ ଇଡି ଚଢ଼ାଉ କରି ତାଙ୍କୁ ଗିରଫ କରାଯିବ ବୋଲି ସେ ଅଭିଯୋଗ କରିଥିଲେ।

ad-week
Leave A Reply

Your email address will not be published.