୮ ଲକ୍ଷ ଲେଖାଏଁ ପୁରସ୍କାର ଘୋଷିତ ୨ ନକ୍ସଲଙ୍କ ଆତ୍ମସମର୍ପଣ

add-all

ମାଲକାନଗିରି: ଆଠ ଆଠ ଲକ୍ଷର ଦୁଇ ପୁରସ୍କାର ଘୋଷିତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇ ଜଣଙ୍କ ନାମରେ ୧୬ ଲକ୍ଷ ଟଙ୍କା ପୁରସ୍କାର ଥିଲା। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଏସପି କିରଣ ଚୌହାନ ନିକଟରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ମାଓବାଦୀ ହେଲେ କିସ୍ତାରମ ଏରିଆ କମିଟିର ସଚିବ କାଲମୁ ପ୍ରକାଶ ଏବଂ ମହିଳା ମାଓ ନେତ୍ରୀ ରିତା। ଟପ ମାଓ ନେତା ନାଗେଶର ପତ୍ନୀ ରିତା। ଦୁଇ ଟପ ମାଓ ନେତା ମାଓ ସଙ୍ଗଠନରେ ଡିଭିସିଏମ ପଦରେ ସକ୍ରିୟ ଥିଲେ। ସରକାରଙ୍କ ଥଇଥାନ ନୀତିରେ ଆକର୍ଷିତ ହୋଇ ଦୁଇ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଥିବା ପୁଲିସ କହିଛି। ଏମାନଙ୍କୁ ଆର୍ଥିକ ସହାୟତା ସହ ଆତ୍ମ ନିର୍ଭରଶୀଳ ତାଲିମ ପ୍ରଦାନ କରାଯାଇ ବାକି ଜୀବନ ଖୁସିରେ କଟାଇବାକୁ ସମସ୍ତ ସହଯୋଗ କରାଯିବ ବୋଲି କୁହାଯାଇଛି।
ସୀମାନ୍ତ ଛତିଶଗଡ଼ ପୁଲିସକୁ ପୁଣି ମିଳିଛି ବଡ଼ ସଫଳତା। ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ଏବଂ ମାଓବାଦୀ ମଧ୍ୟରେ ବଡ଼ଧରଣର ଗୁଳିବିନିମୟ ଘଟିଛି। ତେଲେଙ୍ଗାନା ଓ ଛତିଶଗଡ଼ ସୀମାର କରିଗୁଟା ଜଙ୍ଗଲରେ ପୁଲିସ ଏନକାଉଣ୍ଟରରେ ତିନି ହାର୍ଡ କୋର ମାଓବାଦୀ ନିହତ ହୋଇଛନ୍ତି। ସର୍ଚ୍ଚ ଅପରେସନ ବେଳେ ପୁଲିସ ଘଟଣାସ୍ଥଳରୁ ଗୋଟିଏ ଏଲଏମଜି, ଗୋଟିଏ ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ଓ ସାମଗ୍ରୀ ଜବତ କରିଛି। ସୂଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ। ଏବେବି ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି।

ad-week
Leave A Reply

Your email address will not be published.