ତାଳଚେର କଣିହାଁ NTPC ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ

add-all

ତାଳଚେର : ତାଳଚେର କଣିହାଁ NTPC ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କୋଇଲା ଡିପୋରୁ ପ୍ଲାଣ୍ଟ ଭିତରକୁ ଯାଇଥିବା କନଭେୟର ବେଲ୍ଟରେ ନିଆଁ ଲାଗି ଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ୨ରୁ ଅଧିକ ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି।
ଏତେ ଜୋରରେ ନିଆଁ ଲାଗିଛି ଯେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକେମାନେ ଭୟଭୀତ ହୋଇପଡ଼ିଛନ୍ତି।
ଆଜି ଦିନ ପ୍ରାୟ ସାଢ଼େ ୧୦ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ପ୍ଲାଣ୍ଟ ଭିତରେ କେହି ଫଶି ରହିଛନ୍ତି କି ନାହିଁ ତାହା ଜଣାପଡ଼ିନାହିଁ। ଏହାସହ କ୍ଷୟକ୍ଷତିର ଆକଳନ କରାଯାଇପାରିନାହିଁ। ତେବେ ପ୍ଲାଣ୍ଟରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ନିଆଁ କିପରି ଚାରିଆଡେ ନ ବ୍ୟାପିବ ସେନେଇ ଅଗ୍ନିଶମ କର୍ମଚାରୀ ଚେଷ୍ଟା ଚଳାଇଛନ୍ତି।

ad-week
Leave A Reply

Your email address will not be published.