ବିଜେଡ଼ିର ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ଟିକେଟକୁ ନେଇ ବଢୁଛି ସସପେନ୍ସ

add-all

ଭୁବନେଶ୍ୱର, : ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀକୁ ନେଇ ବଢୁଛି ସସପେନ୍ସ। ଆଶାୟୀଙ୍କ ଭିତରେ ଚାଲିଛି ଛକାପଞ୍ଝା। ଗୋଟିଏ ପଟେ ବର୍ତ୍ତମାନର ବିଧାୟକ ଥିବା ଅନନ୍ତ ନାରାୟଣ ଜେନା ପୁଣିଥରେ ଟିକେଟ୍‌ ପାଇବା ନେଇ ଲବିରେ ଥିବାବେଳେ ଆଉ ଜଣେ ଯୁବ ଚେହେରା ଅମରେଶ ଜେନା ମଧ୍ୟ ଟିକେଟ୍‌କୁ ନେଇ ଜିଦ୍‌ରେ ଅଟଳ। ଅନ୍ୟପଟେ ସମାଜସେବୀ ରୁଦ୍ର ନାରାୟଣ ସାମନ୍ତରାୟ ମଧ୍ୟ ଟିକେଟ୍‌ ଆଶାୟୀ ଅଛନ୍ତି। ଏହାରି ଭିତରେ ଭୁବନେଶ୍ୱର ଏମପି ପ୍ରାର୍ଥୀ ଲବିରେ ଥିବା ଶ୍ରୀମୟୀ ମିଶ୍ର ଟିକେଟ୍‌ ନ ପାଇ ନିରାଶ ହୋଇଛନ୍ତି। ତେଣୁ ସେ ମଧ୍ୟ ଭୁବନେଶ୍ୱର ମଧ୍ୟରୁ ଟିକେଟ୍‌ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ତେବେ ବିଧାୟକ ଅନନ୍ତ ନାରାୟଣଙ୍କ ଗୋଷ୍ଠୀ ନିର୍ବାଚନ ମଣ୍ଡଳୀରେ ସକ୍ରିୟଥିବାବେଳେ ଆଉ ଦୁଇ ଆଶାୟୀ ରୁଦ୍ର ସାମନ୍ତରାୟ ଓ ଅମରେଶ ଜେନା ମଧ୍ୟ ମିଳିତ ଅଭିଯାନ ଜାରି ରଖିଛନ୍ତି। ହେଲେ ଶ୍ରୀମୟୀ ମିଶ୍ରଙ୍କ ସକ୍ରିୟତା ଜଣା ପଡୁନାହିଁ।
ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଭିନ୍ନ ଗୋଷ୍ଠୀ ନିଜ ନିଜ ପାଇଁ ଏମିତି ପ୍ରଚାର କରୁଛନ୍ତି ଲାଗୁଛି ଯେମିତି ବିଜେଡି ଦୁଇଫାଳ ହୋଇଯାଇଛି। ଅମରେଶ ଜେନାଙ୍କ ସହ ବର୍ତ୍ତମାନ କେହି କର୍ପୋରେଟର ନାହାନ୍ତି। ଅନନ୍ତ ନାରାୟଣ ବର୍ତ୍ତମାନର କର୍ପୋରେଟର ଓ ବିଭିନ୍ନ ସଂଗଠନର ନେତାଙ୍କୁ ଡାକି ପ୍ରସ୍ତୁତି ଚଲାଇଛନ୍ତି। ଏମିତି କି ଏମପି ପ୍ରାର୍ଥୀ ମନ୍ମଥଙ୍କ ସହ ପ୍ରଚାର ଜୋରଦାର କରିଛନ୍ତି। ଏପରି ସ୍ଥିତିରେ ବିଜେଡିର ଶୀର୍ଷନେତାମାନେ ଉଭୟ ପକ୍ଷକୁ ଡାକି ଆଲୋଚନା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ।
କୁହାଯାଉଛି ଦଳ ଏହି ଦୁଇନେତାଙ୍କୁ ବାଦ୍‌ ଦେଇ ଅନ୍ୟ କାହାକୁ ପ୍ରାର୍ଥୀ କରିପାରେ। ଏନେଇ ଶୀର୍ଷ ମହଲରେ ଆଲୋଚନା ମଧ୍ୟ ଚାଲିଛି। ଯଦି ବିଜେଡି ଏଠି ଅନ୍ୟ କାହାକୁ ପ୍ରାର୍ଥୀ କରେ ତେବେ ଏଠି ମଧ୍ୟ ଦୁଇଜଣଙ୍କ ନାଁ ସାମ୍ନାକୁ ଆସୁଛି। ଜଣେ ହେଲେ ପୂର୍ବତନ ବିଧାୟକ ବିଜୟ ମହାନ୍ତି ଅନ୍ୟଜଣେ ହେଲେ ଶ୍ରୀମୟୀ ମିଶ୍ର। ତେବେ ବଡ଼କଥା ହେଉଛି ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀମାନେ ନିଜନିଜ ଶକ୍ତି ପ୍ରଦର୍ଶନ କରୁଥିବାବେଳେ ଶ୍ରୀମୟୀ କାହିଁକି ଆସୁ ନାହାନ୍ତି ତାହା ବଡ଼ ପଶ୍ନବାଚୀ ହୋଇ ରହିଛି।

ad-week
Leave A Reply

Your email address will not be published.