ପୁରାତନ ଛାତ୍ର ସଂସଦ ଗଠିତ

add-all

ହିଞ୍ଜିଳିକାଟୁ : ସରକାରୀ ଏନ୍ ଏ ସି ଉଚ୍ଚ ବିଦ୍ୟାଳୟ ହିଞ୍ଜିଳିକାଟୁ ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବୈଠକ ଶନିବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଜନୀ କାନ୍ତ ସାହୁ ପୌରୋହିତ୍ୟ କରିଥିଲେ। ବରିଷ୍ଠ ଶିକ୍ଷକ ଗିରିଧାରୀ ପୁରୋହିତ ଓ ପର୍ଶୁରାମ ସାହୁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟାରମ୍ଭ କରିଥିଲେ । ଉପସ୍ଥିତ ସମସ୍ତ ଆଲୁମିନି ନିଜ ନିଜର ସ୍କୁଲ ଅଭିଜ୍ଞତା ପ୍ରକାଶ କରିଥିଲେ । ପୁରୁଣା ସ୍ମୃତି ମନେପକାଇ ଥିଲେ। ଛାତ୍ରୀ ଛାତ୍ର ଙ୍କ କ୍ରୀଡା, ବିଜ୍ଞାନ ଓ ସାଂସ୍କୃତିକ କ୍ଷେତ୍ରରେ ଆଗକୁ ବଢାଇବା ନିମନ୍ତେ ପ୍ରଚେଷ୍ଟା ପାଇଁ ମତ ପ୍ରକାଶ ପାଇଥିଲା। ସରକାରୀ ନିର୍ଦ୍ଦେଶ ପ୍ରକାରେ ଆଲୁମିନିର ସଭାପତି ରୂପେ ଦ୍ୱିତୀକୃଷ୍ଣ ପଣ୍ଡା, ଉପ ସଭାପତି ଭାବେ ପର୍ଶୁରାମ ସାହୁ ଏବଂ ଆବାହକ ରୂପେ ଇ ସରୋଜ କୁମାର ପାତ୍ରଙ୍କୁ ମନୋନୀତ କରାଯାଇଛି । ଏଥି ସହ ସ୍ମୃତି ବେହେରା, ଶିକ୍ଷକ ସନ୍ତୋଷ କୁମାର ପଣ୍ଡା, ମହେଶ ସାହୁ, ଶ୍ରୀମତି ନାୟକ, ଶ୍ୟାମସୁନ୍ଦର ସାହୁ, ମମତା ପୃଷ୍ଟି ଙ୍କୁ ନେଇ କମିଟି ଗଠନ କରାଯାଇଛି। ଅଧିକ ପୁରାତନ ଛାତ୍ର ଛାତ୍ରୀ ଙ୍କୁ ଏହି ସଂସଦ ସହ ଜଡ଼ିତ ପାଇଁ ଗୁରୁତ୍ଵାରୋପ କରାଯାଇଛି।
ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.