ଗୋମାଂସ ଖାଉଥିବା କଙ୍ଗନାଙ୍କୁ କିଭଳି ଟିକେଟ୍‌ ଦେଲା ବିଜେପି?, ପ୍ରଶ୍ନ କଲା କଂଗ୍ରେସ

add-all

ଗୋମାଂସ ବା ବିଫ୍‌ ଖାଉଛନ୍ତି ଅଭିନେତ୍ରୀ କଙ୍ଗନା ରଣାଓ୍ୱତ। ତଳ ଦିନେ ସେ ଖୋଦ୍‌ ସୋଶାଲ ମିଡିଆରେ ଏନେଇ ପୋଷ୍ଟ କରିଥିଲେ। ଗୋମାଂସ ତାଙ୍କୁ ପସନ୍ଦ ଓ ସେ ଖାଆନ୍ତି ବୋଲି ଏଥିରେ ସେ କହିଥିଲେ। ତଥାପି ତାଙ୍କୁ ବିଜେପି ନିର୍ବାଚନ ଲଢ଼ିବାକୁ ଟିକେଟ୍‌ ଦେଇଛି। ଏଭଳି କିଛି ଅଭିଯୋଗ କରିଛି କଂଗ୍ରେସ।

ମହାରାଷ୍ଟ୍ର କଂଗ୍ରେସ ନେତା ବିଜୟ ବଡେଟ୍ଟିଓ୍ୱାର ଅଭିଯୋଗ କରିଛନ୍ତି ଯେ, ହିମାଚଳ ପ୍ରଦେଶୀ ମଣ୍ଡି ଆସନରୁ ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ନିକଟରେ କହିଥିଲେ ଯେ, ତଙ୍କୁ ଗୋମାଂସ ପସନ୍ଦ ଓ ସେ ଖାଆନ୍ତି। ଏନେଇ ସେ ସୋଶାଲ ମିଡିଆରେ କହିଥିଲେ। ଏହାପରେ ମଧ୍ୟ ବିଜେପି ତାଙ୍କୁ ଟିକେଟ୍‌ ଦେଇ ପ୍ରାର୍ଥୀ କରିଛି।

ଏବେ କଂଗ୍ରେସ ନେତାଙ୍କ ଏହି ଅଭିଯୋଗ ପାଲଟା ଜବାବ ଦେଇଛି ବିଜେପି। ବିଜେପି ମୁଖପାତ୍ର କେଶବ ଉପାଧ୍ୟାୟ କହିଛନ୍ତି, ‘କଂଗ୍ରେସ ଯେଉଁ ଅଭିଯୋଗ ଆଣିଛି, ତାହା ତା’ର ‘ମଇଳା ସଂସ୍କୃତି’କୁ ଦର୍ଶାଉଛି। ସେ ଏହି ପ୍ରସଙ୍ଗରେ ଆମ ସହ ଲଢ଼େଇ କରିପାରିବେ ନାହିଁ। ଏହା ଦଳର ପରାଜୟବାଦୀ ମାନସିକତାକୁ ପ୍ରତିଫଳିତ କରେ।’

କହିରଖୁ ଯେ, ଏଥର ବିଜେପି ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମଧ୍ୟ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି। ତାଙ୍କୁ ହିମାଚଳ ପ୍ରଦେଶର ମାଣ୍ଡି ଲୋକସଭା ଆସନରୁ ଦଳ ପ୍ରାର୍ଥୀ କରିଛି। ଯେବେଠୁ କଙ୍ଗନା ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି, ସେବେଠାରୁ ତାଙ୍କୁ ନେଇ ଅନେକ ଖବର ସୋଶାଲ ମିଡିଆରେ ଭାଇରାଲ ହେଉଛି। ଲଗାତର କଙ୍ଗନାଙ୍କୁ କଂଗ୍ରେସ ଟାର୍ଗେଟ କରୁଛି।

ପ୍ରଥମେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କଙ୍ଗନା ରାନାୱତଙ୍କ ଉପରେ ଏକ ଆପତ୍ତିଜନକ ପୋଷ୍ଟ ସେୟାର କରିବା ପରେ ବିବାଦ ଉପୁଜିଥିଲା। ବିଜେପି କଙ୍ଗନା ରାନାୱତଙ୍କୁ ଲୋକସଭା ପ୍ରାର୍ଥୀ ଭାବରେ ଟିକେଟ୍‌ ଦେବାର ଗୋଟିଏ ଦିନ ପରେ କଙ୍ଗନା ରାନାୱତଙ୍କ କମ୍‌ କପଡା ପିନ୍ଧିଥିବା ଏକ ଫଟୋ ପେଷ୍ଟ କରି ଏଥିରେ ଅପମାନଜନକ କ୍ୟାପସନ୍ ସେୟାର କରାଯାଇଥିଲା। ଏହାକୁ ନେଇ ବିଜେପି ନେତା ଶାଇନା ଚୁଡାସମା ମୁନୋତ କଂଗ୍ରେସକୁ ମହିଳା ବିରୋଧୀ ହୋଇଥିବା ଅଭିଯୋଗ କରିଥିଲେ।

ad-week
Leave A Reply

Your email address will not be published.