ପ୍ରବାସୀ ଶ୍ରମିକଙ୍କୁ ପିଟି ପିଟି ହତ୍ୟା, ୧୦ ଗିରଫ

add-all

ସାମାନ୍ୟ କଥାକୁ ନେଇ ଜଣେ ପ୍ରବାସୀ ଶ୍ରମିକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କେରଳର ମୁବତ୍ତୁପୂଝାରେ ରେ ଦୁଇ ଦିନ ପୂର୍ବେ ଜଣେ ୨୪ ବର୍ଷୀୟ ପ୍ରବାସୀ ଶ୍ରମିକ ସହ ହୋଇଥିବା ମବ ଲିଂଚିଙ୍ଗ ମାଲରେ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି।

ପୀଡିତ ଶ୍ରମିକ ଜଣକ ଅରୁଣାଚଳ ପ୍ରଦେଶର ଅଶୋକ ଦାସ ବୋଲି ଜଣାପଡିଛି। ସେ କାମ ସନ୍ଧାନରେ କେରଳ ଆସିଥିଲେ। ମୁବତ୍ତୁପୂଝାରେ ସେ ଏକ ଭଡା ଘରେ ରହୁଥିଲେ। ତେବେ ଗୁରୁବାର ଦିନ ଭାଲକାମ ଜଙ୍କସନ ନିକଟରେ ଜଣେ ପୂର୍ବତନ ମହିଳା ସହକର୍ମୀଙ୍କ ଘର ବାହାରେ ସେ ହଙ୍ଗାମା କରିଥିଲେ। ଏହାକୁ ନେଇ ସେଠାରେ ଭିଡ ଜମିଥିଲା। ଲୋକେ ଅଶୋକଙ୍କୁ ଏଭଳି କରିବାକୁ ଅଟକାଇବା ସହ ବାନ୍ଧି ପଚରଉଚରା କରିଥିଲେ।

ତେବେ ରିପୋର୍ଟ ଅନୁଯାୟୀ ଏକାଧିକ ଲୋକେ ଅଶୋକଙ୍କୁ ବାନ୍ଧି ମାଡ ମାରିଥିବା ଅଭିଯୋଗ ହୋଇଛି। ଅଶୋକ ଗୁରୁତର ହେବା ପରେ ତାଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା ଏହା ପରେ ତାଙ୍କୁ ଲୋଲେନଚେରୀ ମେଡିକାଲ କଲେଜଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି। ମୁଣ୍ଡ ଓ ଛାତିରେ ଜୋରଦାର ଆଘାତ ଲାଗିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦରୁ ରିପୋର୍ଟରୁ ଜଣାପଡିଛି। ସେପଟେ ମାଡ ମରାଯାଇଥିବା ଖବରକୁ ସ୍ଥାନୀୟ ଲୋକେ ଖଣ୍ଡନ କରିଛନ୍ତି।

ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୧୦ ଜଣ ସନ୍ଦିଗ୍ଧଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.