ଦେବଗଡ଼ ଜିଲ୍ଲାବାସୀଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିବାକୁ ଆସିଛି: ଧର୍ମେନ୍ଦ୍ର ପ୍ରଧାନ

add-all

ଦେବଗଡ଼: ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦେବଗଡ଼ ବିଧାନସଭା ମଣ୍ଡଳୀରେ ତାଙ୍କ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ଶ୍ରୀ ପ୍ରଧାନ ତାଙ୍କ ଅଭିଭାଷଣ ପୂର୍ବରୁ ‘ଓଡ଼ିଶା ପରିବର୍ତ୍ତନ’ ଶୀର୍ଷକ କୈଳାଶ ଖେରଙ୍କ ସଂଗୀତର ଧୁନରେ ଉପସ୍ଥିତ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ। ଶ୍ରୀ ପ୍ରଧାନ ତାଙ୍କ ଅଭିଭାଷଣରେ ଦେବଗଡ଼ ଜିଲ୍ଲାବାସୀଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିବାକୁ ଆସିଥିବା ପ୍ରକାଶ କରିବାସହ ଗତଥର ଭଳି ଏଥର ମଧ୍ୟ ଦେବଗଡ଼ ଜିଲ୍ଲାରେ ଡବଲ ଇଞ୍ଜିନ ସରକାର କରିବାକୁ ଆହ୍ୱାନ ଦେଇଥିଲେ। ସେହିପରି ଗତ ୧୦ ବର୍ଷରେ କେନ୍ଦ୍ର ସରକାର ଦେବଗଡ଼ ଜିଲ୍ଲାକୁ ୨୨ ଶହ କୋଟି ଟଙ୍କା ଦେଇଥିବାର ହିସାବ ଦେଇଥିଲେ।

ଆଜି ପୂର୍ବାହ୍ନରେ ଶ୍ରୀ ପ୍ରଧାନ ଦେବଗଡ଼ ବିଜେପି କାର୍ଯ୍ୟାଳୟରେ ଏକ ସାଙ୍ଗଠନିକ ବୈଠକରେ ଯୋଗ ଦେଇ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବା ସହ ନିର୍ବାଚନରେ ଗଡ଼ ଦାଖଲ ପାଇଁ ଦଳୀୟ ପଦାଧିକାରୀ ଓ କର୍ମୀଙ୍କୁ ମନ୍ତ୍ର ଦେଇଥିଲେ। ବୈଠକ ପରେ ବିଜେପି କାର୍ଯ୍ୟାଳୟ ଠାରୁ ଦଳୀୟ କର୍ମୀମାନେ ଏକ ବିରାଟ ବାଇକ ଶୋଭାଯାତ୍ରାରେ ନଗର ପରିକ୍ରମା କରିବା ସହ ତିଳେଇବଣି ବ୍ଲକ ବଣିଆକିଲିଣ୍ଡା ପଞ୍ଚାୟତ ନିକ୍ତିମାଲସ୍ଥିତ ସିଦ୍ଧେଶ୍ବର ମନ୍ଦିର ପ୍ରାଙ୍ଗଣରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା।

ସାଧାରଣ ସଭା ପୂର୍ବରୁ ମନ୍ତ୍ରୀ ଶ୍ରୀ ପ୍ରଧାନ ସିଦ୍ଧେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ପରେ ସେ ସାଧାରଣ ସଭାରେ ଯୋଗ ଦେଇଥିଲେ। ସିଦ୍ଧେଶ୍ୱର ମନ୍ଦିର ପରିଚାଳନା କମିଟି ସଭାପତି ଚନ୍ଦ୍ରଶେଖର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲା ବିଜେପି ସଭାପତି ଅରୁଣ କୁମାର ସାହୁ, ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ସାଂସଦ ନୀତେଶ ଗଂଗଦେବ ଙ୍କ ପ୍ରତିନିଧି ଯୋଗେଶ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରଞ୍ଜିତ ପଟେଲ, ସାଂସଦଙ୍କ ଭାଇ ରୋହିତ ଗଙ୍ଗଦେବ, ବିଜେପିର ପୌର ପରିଷଦ ଅଧ୍ୟକ୍ଷା ପ୍ରାର୍ଥୀନୀ ମାଧବୀ ଦେବୀଙ୍କ ସମେତ ବହୁ ଦଳୀୟ ନେତୃବୃନ୍ଦ ଉପସ୍ଥିତ ରହି ଆଗାମୀ ନିର୍ବାଚନ ରେ ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଧାୟକ ପ୍ରାର୍ଥୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ଆହ୍ୱାନ ଦେଇଥିଲେ।

ad-week
Leave A Reply

Your email address will not be published.