ଆଧ୍ୟାତ୍ମିକ ପରିବେଶରେ ପୂର୍ଣ୍ଣବ୍ରହ୍ମ ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଙ୍କ ଜନ୍ମ ଜୟନ୍ତୀ ପାଳନ

add-all

ଉମରକୋଟ : ଆଜି ନବରଙ୍ଗପୁର ଜିଲ୍ଲା ଅନ୍ତର ଗତ ଉମରକୋଟ, ଡ଼ିଏନକେ ଶ୍ରୀ ଶ୍ରୀ ହରିଚାନ୍ଦ ମନ୍ଦିର ପ୍ରାଙ୍ଗଣରେ ପୂର୍ଣ୍ଣବ୍ରହ୍ମ ଶ୍ରୀ ଶ୍ରୀ ହରିଚାନ୍ଦ ଠାକୁରଙ୍କ ୨୧୩ ତମ ଜନ୍ମ ମହୋତ୍ସବ ଓ ମହା ବାରୁଣୀ ଆରମ୍ବର ସହିତ ପାଳନ କରାଯାଇ ଅଛି | ଏହି ଉତ୍ସବରେ ସୁଦୂର ପାଖାନଜୋର, ମାଲକାନଗିରି, ନବରଙ୍ଗପୁର, ରାଇଘରରୁ,ନିଶାନ ଓ ଜୟ ଡଙ୍କା, କାସର ସହ ବହୁ କୀର୍ତ୍ତନ ଦଳ ଆସିଥିଲେ | ଭଜନ କୀର୍ତ୍ତନରେ ଆନନ୍ଦ ମୁଖରିତ ହୋଇ ଉଠିଥିଲେ ମନ୍ଦିରର ପରିବେଶ | ଗତକାଲି ସନ୍ଧାରୁ ଆରମ୍ଭ ହୋଇଥିଲା ଶୁଭ ଅଧିବାସ ଓ ଦଳବରଣ ସହ ରାତ୍ର ସାରା ହରିନାମ ସଂକୀର୍ତ୍ତନ | ଆଜି ସକାଳେ ପ୍ରଭାତ ଫେରି ସହ ବିଭିନ୍ନ ମାଙ୍ଗଳିକ କାର୍ଯାନୁଷ୍ଠାନ ଅପରାହନ୍ନ ୨ ଘ: ଆନନ୍ଦବଜାର ପ୍ରସାଦ ସେବନ ୪ଘ: ଦଳ ବିଦାୟ,ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ହଜାର ହଜାର ଭକ୍ତ ଯୋଗଦାନ କରି ଆନନ୍ଦ ଉପଭୋଗ କରିଥିଲେ | ଉମରକୋଟ ଶ୍ରୀ ଶ୍ରୀ ହରିଗ୍ରୁଚାନ୍ଦ ମତୁଆ ମିଶନ, ଏବଂ ନବରଙ୍ଗପୁର କେନ୍ଦ୍ରୀୟ କମିଟି ଉପସ୍ଥିତ ରହି ଏହି କାର୍ଯ୍ୟ କ୍ରମଟି ସୁନ୍ଦର ଭାବରେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ, ଉମରକୋଟରୁ ବିଭିନ୍ନ ଅନୁଷ୍ଠାନରୁ ସାଧୁ, ସନ୍ତ ପହଞ୍ଚି ସାଧୁବାଦ ଜଣାଇବା ସହ ଆଶୀର୍ବାଦ ପ୍ରଦାନ କଲେ |

ad-week
Leave A Reply

Your email address will not be published.