ମହାନ୍ ସଂଘ ପକ୍ଷରୁ ଗଞ୍ଜାମ ବାର ଏସୋସିଏନ ସଭାପତି ଶ୍ରୀ ନୟନ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା

add-all

ବ୍ରହ୍ମପୁର : ପ୍ରବଳ ଖରାକୁ ଆଖି ଆଗରେ ରଖି ପ୍ରତ୍ୟେକ ଘରର ଛାତ ଉପରେ ପକ୍ଷୀଙ୍କ ନିମନ୍ତେ ଓ ଘର ସମ୍ମୁଖ ରେ ବୁଲାପଶୁ ଙ୍କ ନିମନ୍ତେ ପାଣି ବ୍ୟବସ୍ଥା କରିବା ସହ ବିଭିନ୍ନ ଜାଗାରେ ଜଳ ଛତ୍ର ଖୋଲିବା ଲାଗି ଆଜି ସ୍ଥାନୀୟ ଗାୟତ୍ରୀ ହୋଟେଲ ସମ୍ମିଳନୀ ପ୍ରକୋଷ୍ଠରେ ମହାନ୍ ସଂଘ ପକ୍ଷରୁ ଅନୁଷ୍ଠିତ ବୈଠକରେ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ପରାମର୍ଶ ଦେଇଥିଲେ । ଏହି ଅବସରରେ ମହାନ୍ ସଂଘ ପକ୍ଷ ରୁ ମହାନ୍ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ଗଞ୍ଜାମ ବାର ଏଶୋସିଏନ ସଭାପତି ଭାବେ ନିଯୁକ୍ତି ହୋଇଥିବାରୁ ଶ୍ରୀ ନୟନ ମହାପାତ୍ର ଙ୍କୁ ସଭାପତି ଶ୍ରୀ ସାବତ ସମ୍ବର୍ଦ୍ଧିତ କରିଥିଲେ।
ଚଳିତ ବର୍ଷ ମହାନ୍ ସଂଘସଂଘ ତରଫରୁ ର ଚାଳିଶି ବର୍ଷ ପୂର୍ତ୍ତି ଅବସରରେ ବହୁ ଜନ ହିତ କାର୍ଯ୍ୟ କ୍ରମ ହାତକୁ ନେବା ନିଷ୍ପତି ନିଆଯିବା ସହ ଆଇନ ପରାମର୍ଶ କେନ୍ଦ୍ର ଖୋଲାଯିବ ବୋଲି ନିଷ୍ପତ୍ତି ହୋଇଛି।ଏହି ଅବସରରେ ଶ୍ରୀ ଦଣ୍ଡପାଣି ନାୟକ, ଶ୍ରୀ ସିମାଞ୍ଚ୍ଚଲ ପାଣିଗ୍ରାହୀ, ଇ ପ୍ରଫୁଲ୍ଲ କୁମାର ପାତ୍ର, ଶ୍ରୀ ଭୀଷ୍ମଚାର୍ଯ୍ୟ ଚଉଧୁରୀ, ଶ୍ରୀ ଲଲା ଟେନ୍ଦୁ ଚୌଧୁରୀ, ଶ୍ରୀ ସୁଦିପ ସାହୁ, ଶ୍ରୀ ଅନନ୍ତ ପ୍ରଧାନ, ଶ୍ରୀ ନୀଳାଞ୍ଚଲ୍ ମହାପାତ୍ର, ଶ୍ରୀମତୀ ସସ୍ମିତା ମିଶ୍ର, ଡ ଧନଲକ୍ଷ୍ମୀ ପଟ୍ଟନାୟକ, ଡ ସନ୍ଧ୍ୟାରାଣି ପଟ୍ଟନାୟକ, ଶ୍ରୀମତୀ ସସ୍ମିତା ଶର୍ମା ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ସେଷରେ ଡ୍ର ସନ୍ଧ୍ୟା ରାଣୀ ପଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

ad-week
Leave A Reply

Your email address will not be published.