ସକାଳ ସାଢ଼େ ୬ଟା ରୁ ସାଢେ ୧୦ ପର୍ଯ୍ୟନ୍ତ ହେବ ସ୍କୁଲ ପାଠପଢା

add-all

ବ୍ରହ୍ମପୁର : ଆସନ୍ତା କାଲି ଠାରୁ ସକାଳ ସାଢ଼େ ୬ଟା ରୁ ସାଢେ ୧୦ ପର୍ଯ୍ୟନ୍ତ ହେବ ସ୍କୁଲ ପାଠପଢା ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। ବଢୁଥିବା ରୁଦ୍ରତାପ କୁ ଦୃଷ୍ଟ୍ରିରେ ରଖି ସକାଳ ସ୍କୁଲ ପାଠ ପଢା ସମୟକୁ ବଦଳି ଛନ୍ତି ସରକାର। ଗତ ମାର୍ଚ୍ଚ ୩୦ ତାରିଖରେ ସରକାର ସଲାଳୁଆ ସ୍କୁଲ ପାଠପଢା ପାଇଁ ନିର୍ଦେଶ ଦେଇଥିଲେ।ସକାଳ୭ଟା ଠାରୁ ଅପରାହ୍ନ ୧୧ଟା ପର୍ଯ୍ୟନ୍ତ ସ୍କୁଲ ଚାଲିଥିବା ବେଳେ ରୁଦ୍ରତାପ କୁ ଦୃଷ୍ଟି ରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ସ୍କୁଲ ସମୟକୁ ପରିବର୍ତ୍ତନ କରି ସକାଳ ସାଢେ ୬ ଘଣ୍ଟା ଠାରୁ ଅରାହ୍ଣ ସାଢେ୧୦ ଟା ପର୍ଯ୍ୟନ୍ତ ସ୍କୁଲ ପାଠ ପଢା ପାଇଁ ନିର୍ଦେଶ ଜାରି କରିଛନ୍ତି।ଆସନ୍ତା କାଲି ଠାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସ୍କୁଲ ପାଠପଢା କରିବା ପାଇଁ ଜିଲ୍ଲା ପ୍ରଶାସନ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ad-week
Leave A Reply

Your email address will not be published.