ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ

add-all

ଚିକିଟୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରୁ ମା ସରସ୍ବତୀଙ୍କ ବନ୍ଦନା ଓ ପ୍ରାର୍ଥନାର ଶ୍ଲୋକାବୃତ୍ତି କରିବା ପରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଆଦ୍ୟ ସରସଂଘ ଚାଳକ କେଶବ ବଳିରାମ ହେଡଗାୱରଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ରାଷ୍ଟ୍ରୀୟ ନବବର୍ଷ ପାଳନ କରିବାର ମହତ ଉଦ୍ଦେଶ୍ୟକୁ ଅନୁଷ୍ଠାନର ସଂସ୍କୃତ ଆଚାର୍ଯ୍ୟ ଶ୍ରୀ ରଘୁନାଥ ପାଣିଗ୍ରାହୀ ରଖିବା ସହ ବରିଷ୍ଠ ଗୁରୁଜୀ ଏସ୍. ସତ୍ୟନାରାୟଣ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲା ଆର୍ଯ୍ୟ ସମାଜ ସଭାପତି ବାନପ୍ରସ୍ଥି କୁଳମଣି ମହାରାଜ ଯୋଗ ଦେଇ ହିନ୍ଦୁ ନବବର୍ଷର ଐତିହାସିକ ତଥ୍ୟ ପ୍ରଦାନ କରିବା ସହ ରାଷ୍ଟ୍ରର ପ୍ରତ୍ୟେକ ପରିବାର ଆଜିର ଦିନରେ ଘରେ ଘରେ ଉତ୍ସବ ରୂପେ ପାଳନ କରିବା ପାଇଁ ଉପସ୍ଥିତ ଅଭିଭାବକ ଓ ଅଭିଭାବିକା ମାନଙ୍କୁ ଆଗ୍ରହ କରାଇଥିଲେ। ଅନୁଷ୍ଠାନର ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ ଏହି ପ୍ରକାର କାର୍ଯ୍ୟକ୍ରମ କୁ ଅଧିକ ଆଡମ୍ବର ସହକାରେ ପାଳନ କରିବା ପାଇଁ ପ୍ରତ୍ୟେକ ଶିଶୁଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ର ସଭାପତି ପି.ରାମାରାଓ ସୁବୁଦ୍ଧି ହିନ୍ଦୁ ସମାଜକୁ ଏକତ୍ର କରି ରାଷ୍ଟ୍ରୀୟ ନବବର୍ଷ ପାଳନ କରିବାରେ ସଂଘ ସଂସ୍ଥାପକ ହେଡଗାୱରଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ। ସଭାମଞ୍ଚରେ ଯୁଗ୍ମ ସମ୍ପାଦକ କେ.ସିମାଞ୍ଚଳ ସଦସ୍ୟା ଶ୍ରୀମତୀ ସଂଧ୍ୟାରାଣୀ ସେଠୀ ଉପସ୍ଥିତ ରହି ସମସ୍ତ ଅତିଥି ଙ୍କ ସହ ମିଶି ଗତ ଶିକ୍ଷାବର୍ଷ ରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଶିଶୁ ଭାଇ ଭଉଣୀ ଓ ତାଙ୍କ ପିତା ମାତା ଙ୍କୁ ସମ୍ବର୍ଦ୍ଧନା କରିବା ସହ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ପ୍ରଧାନାଚାର୍ଯ୍ୟ ନିରଞ୍ଜନ ବିଷୋୟୀ ଙ୍କ ତତ୍ବାବଧାନରେ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟିର ସୁନ୍ଦର ପରିଚାଳନା ହୋଇଥିଲା।

ad-week
Leave A Reply

Your email address will not be published.