ଆମେରିକାରେ ଦୃଶ୍ୟମାନ ହେଲା ପୂର୍ଣ୍ଣ ସୂର୍ଯ୍ୟପରାଗ

add-all

ଉତ୍ତର ଆମେରିକା ସମେତ ଏକାଧିକ ରାଷ୍ଟ୍ରରେ ହେଲା ପୂର୍ଣ୍ଣ ସୂର୍ଯ୍ୟପରାଗ। କିଛି ସମୟ ପାଇଁ ଦିନରେ ରାତିର ଭ୍ରମ ସୃଷ୍ଟି ହୋଇଛି। ସୂର୍ଯ୍ୟଙ୍କୁ ପରାଗ ସମ୍ପୂର୍ଣ୍ଣ ଗ୍ରାସ କରିବା ପରେ ଏକ ବିରଳ ମହାଜାଗତିକ ଦୃଶ୍ୟର ମୂକଶାଖି ହୋଇଛନ୍ତି ଆମେରିକା, କାନାଡ଼ା ଓ ମେକ୍ସିକୋବାସୀ।

ଏହି ସବୁ ରାଷ୍ଟ୍ରର କିଛି ଅଞ୍ଚଳରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଛି। ଭାରତୀୟ ସମୟ ଅନୁସାରେ ଗତକାଲି ରାତି ୯ଟା ୧୨ ମିନିଟରେ ସୂର୍ଯ୍ୟପରାଗ ଆରମ୍ଭ ହୋଇ ଭୋର୍ ୨ଟା ୨୨ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା। ଏହି ସମୟରେ ଆମେରିକା ସମେତ କେତେକ ରାଷ୍ଟ୍ରରେ ଦିନ ସମୟ ଥାଏ।

ରିପୋର୍ଟ ଅନୁସାରେ, ଭାରତୀୟ ସମୟ ରାତି ୧୧ଟା ୪୭ ମିନିଟରେ ପୂର୍ଣ୍ଣ ସୂର୍ଯ୍ୟପରାଗ ହୋଇଥିଲା। କିନ୍ତୁ ଏହାର କୌଣସି ପ୍ରଭାବ ଭାରତରେ ଅନୁଭୂତ ହୋଇନାହିଁ।  

ବୈଜ୍ଞାନିକଙ୍କ କହିବା ଅନୁସାରେ, ଏହି ପୂର୍ଣ୍ଣ ସୂର୍ଯ୍ୟପରାଗ ଖୁବ୍ ବିରଳ। କାରଣ ଆମେରିକାରେ ଆଗାମୀ ୨୦ ବର୍ଷ ଅର୍ଥାତ୍ ୨୦୪୪ ମସିହା ପର୍ଯ୍ୟନ୍ତ ଏପରି ବିରଳ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବାର ନାହିଁ। ପୂର୍ଣ୍ଣ ସୂର୍ଯ୍ୟପରାଗ ହେଉଛି ଏକ ଅବସ୍ଥା, ଯେତେବେଳେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟ ଦେଇ ଚନ୍ଦ୍ର ଗତି କରେ ସେତେବେଳେ ଏପରି ମହାଜାଗତିକ ଘଟଣା ଘଟେ।

ad-week
Leave A Reply

Your email address will not be published.