ଆମେ ଇରାନ ସହ ସଂଘର୍ଷ ଚାହୁଁନାହୁଁ, କହିଲା ଆମେରିକା

add-all

ନୂଆଦିଲ୍ଲୀ: ଆମେରିକା ପ୍ରତିରକ୍ଷା ସଚିବ ଲଏଡ୍‌ ଅଷ୍ଟିନ୍‌ କହିଛନ୍ତି ଯେ ଆମେରିକା ଇରାନ ସହ ସଂଘର୍ଷ ଚାହୁଁନାହିଁ, ବରଂ ସେମାନଙ୍କ ସେନାକୁ ସୁରକ୍ଷା ଦେବା ଏବଂ ଇସ୍ରାଏଲର ପ୍ରତିରକ୍ଷାକୁ ସମର୍ଥନ କରିବା ପାଇଁ ପଦକ୍ଷେପ ନେବାକୁ ପଛଘୁଞ୍ଚା ଦେବ ନାହିଁ।

ପ୍ରତିରକ୍ଷା ସଚିବ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶରେ ଆମେରିକୀୟ ସେନା ଇସ୍ରାଏଲ ଅଭିମୁଖେ ଯାଉଥିବା ଡଜନାଧିକ କ୍ଷେପଣାସ୍ତ୍ର ଏବଂ ୟୁଏଭିକୁ ଅଟକାଇଥିଲା।

ରାଷ୍ଟ୍ରପତି ବାଇଡେନଙ୍କ ନିର୍ଦ୍ଦେଶକ୍ରମେ ଏପ୍ରିଲ ୧୩ରେ ମଧ୍ୟପ୍ରାଚ୍ୟରେ ଆମେରିକୀୟ ସେନା ଇରାନ, ଇରାକ, ସିରିଆ ଏବଂ ୟେମେନରୁ ଇସ୍ରାଏଲ ଅଭିମୁଖେ ଯାତ୍ରା କରୁଥିବା ଡଜନାଧିକ କ୍ଷେପଣାସ୍ତ୍ର ଏବଂ ୟୁଏଭିକୁ ଅଟକାଇଥିଲା। ଏହି ଅଞ୍ଚଳରେ ଆମେରିକୀୟ ସୈନ୍ୟ ଏବଂ ସହଯୋଗୀମାନଙ୍କୁ ସୁରକ୍ଷା ଦେବା, ଇସ୍ରାଏଲର ପ୍ରତିରକ୍ଷା ପାଇଁ ଅଧିକ ସମର୍ଥନ ପ୍ରଦାନ କରିବା ଏବଂ ଆଞ୍ଚଳିକ ସ୍ଥିରତା ବଢ଼ାଇବା ପାଇଁ ଆମ ସେନା ମୁତୟନ ରହିଛି ବୋଲି ଅଷ୍ଟିନ୍‌ କହିଛନ୍ତି।

ଇସ୍ରାଏଲ ଉପରେ ଇରାନ ଓ ତା’ର ସହଯୋଗୀଙ୍କ ବେପରୁଆ ଓ ଅଭୂତପୂର୍ବ ଆକ୍ରମଣକୁ ଆମେରିକାର ପ୍ରତିରକ୍ଷା ସଚିବ ନିନ୍ଦା କରିଛନ୍ତି। ଇରାନ ଏବଂ ତା’ର ସହଯୋଗୀଙ୍କ ଏହି ବେପରୁଆ ଓ ଅଭୂତପୂର୍ବ ଆକ୍ରମଣକୁ ଆମେ ନିନ୍ଦା କରୁଛୁ ଏବଂ ଆମେ ଇରାନକୁ ତା’ର ପ୍ରୋକ୍ସି ଫୋର୍ସ ସମେତ ଆଉ କୌଣସି ଆକ୍ରମଣକୁ ତୁରନ୍ତ ବନ୍ଦ କରିବା ଏବଂ ଉତ୍ତେଜନା ହ୍ରାସ କରିବାକୁ ଆହ୍ଵାନ ଦେଉଛୁ ବୋଲି ସେ କହିଛନ୍ତି।

ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟିନ୍‌ କହିଛନ୍ତି ଯେ ଆମେ ଇରାନ ସହ ସଂଘର୍ଷ ଚାହୁଁନାହୁଁ, କିନ୍ତୁ ଆମେ ଆମ ସେନାର ସୁରକ୍ଷା ଏବଂ ଇସ୍ରାଏଲର ପ୍ରତିରକ୍ଷାକୁ ସମର୍ଥନ କରିବା ପାଇଁ କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦେବୁ ନାହିଁ। ଏହାବ୍ୟତୀତ ଅଷ୍ଟିନ୍‌ ଆହୁରି ସଂଘର୍ଷ କିମ୍ବା ଉତ୍ତେଜନାକୁ ରୋକିବା ପାଇଁ ସଜାଗ ଥିବା ଆମେରିକୀୟ ସୈନ୍ୟଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି।

ad-week
Leave A Reply

Your email address will not be published.