ଆମ୍ବେଦକରଙ୍କ ୧୩୩ ତମ ଜନ୍ମ ଜୟନ୍ତୀ ପାଳିତ : ଭିକାରୀ ହେଲା ମୁଖ୍ୟ ଅତିଥି

add-all

ଫୁଲବାଣୀ : ବିଶ୍ଵରତ୍ନ ସମ୍ବିଧାନ ପ୍ରଣେତା ବାବା ସାହେବ ଡଃ ଭିମ ରାଓ ରାମୋଜି ଆମ୍ବେଦକରଙ୍କ ୧୩୩ ତମ ଜନ୍ମ ଜୟନ୍ତୀ କନ୍ଧମାଳ ଜିଲ୍ଲା ଫୁଲବାଣୀ ସାହି ସ୍ଥିତ ତାଙ୍କର ପ୍ରତିମୂର୍ତ୍ତି ପିଠରେ ଅଗ୍ରଣୀ ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ ଓଡିଶା ପକ୍ଷରୁ ପାଳନ କରାଯାଇ ଥିଲା l ଉକ୍ତ ଜନ୍ମ ଜୟନ୍ତୀ ଉତ୍ସବ ରେ ଗତ ଦିନରେ ଜଗନ୍ନାଥ ମହାପ୍ରଭୁଙ୍କୁ ନିଜ ଭିକ୍ଷା ବୃତ୍ତିରୁ ସଞ୍ଚୟ କରିଥିବା ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିବା ମହୀୟସୀ ମହିଳା ତୁଳା ବେହେରାଙ୍କୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ମନ୍ଦିର ଦ୍ଵାରରେ ଭିକ୍ଷା ବୃତ୍ତି କରୁଥିବା ତ୍ରିପୁରା ଭୁକ୍ତା, ମିଥୁନ ବଡ ପରଜା, ନାରଦ ଦିଗାଲ, ହାଡ଼ିପା ଦିଗାଲ, ସଦାଶିବ ବେହେରାଙ୍କୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ l ସେହିପରି ଅନ୍ୟତମ ଅତିଥି ଭାବେ ବିଜେଡିର ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁର,କଣ୍ଠଶିଳ୍ପୀ ଜଳନ୍ଧର ବେହେରା, ଅନୁସୂଚିତ ଜାତି ଓ ଜନଜାତି ସରକାରୀ କର୍ମଚାରୀ ସଂଘ ସଭାପତି ସୁଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ମୁଖ୍ୟ ଅତିଥିଙ୍କ ଦ୍ଵାରା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା l ପରେ ଉପସ୍ଥିତ ଆମ୍ବେଦକର ପ୍ରେମୀଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରାଙ୍କ ନେତୃତ୍ଵରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ad-week
Leave A Reply

Your email address will not be published.