ନବୀନ ନିବାସରେ ଭୋଗରାଇ ବିଧାୟକ

add-all

ଭୁବନେଶ୍ୱର : ନବୀନ ନିବାସରେ ଭୋଗରାଇ ବିଧାୟକ ଅନନ୍ତ ଦାସ l ପୁଅ ପାଇଁ ଟିକେଟ ଆଶାରେ ସମର୍ଥକଙ୍କୁ ନେଇ ପହଁଚିଲେ ଅନନ୍ତ ଦାସ l ପୁଅ ଅଭିଜିତ ଦାସଙ୍କ ସହ ନବୀନ ନୀବାସକୁ ଯାଇଥିଲେ । ଏବେ ସୁଦ୍ଧା ଭୋଗରାଇ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ ।

ତେଣୁ ପୁଅ ପାଇଁ ଲବି କରିଛନ୍ତି ବିଧାୟକ ଅନନ୍ତ ଦାସ। ଉଭୟ ବାପ ପୁଅ ଆଜି ସମର୍ଥକଙ୍କ ସହ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଛନ୍ତି। ନବୀନ ନିବାସରୁ ଫେରିବା ପରେ ଅନନ୍ତଙ୍କ ପୁଅ ଅଭଜିତ ଦାସଙ୍କ ପ୍ରତିକ୍ରିୟା ହେଲା ଭୋଗରାଇ ପାଇଁ ମୁଖ୍ୟମନ୍ତ୍ରୀ ସବୁ ବେଳେ ଠିକ ନିଷ୍ପତ୍ତି ନେଇ ଆସୁଛନ୍ତି। ଏବେବି ତାଙ୍କ ଉପରେ ଆସ୍ଥା ରହିଛି ।

ad-week
Leave A Reply

Your email address will not be published.