କୋଟିପତିରୁ ସନ୍ନ୍ୟାସୀ, ଦାନ କରିଦେଲେ ୨୦୦ କୋଟି

add-all

କୋଟିପତିରୁ ହେଲେ ସନ୍ନ୍ୟାସୀ। ସାଂସାରିକ ମୋହ ଛାଡିବାକୁ କଲେ ନିଷ୍ପତ୍ତି। ଦାନ କରିଦେଲେ ନିଜ ଜୀବନ ଯାକାର ଅର୍ଜିତ ପୁଞ୍ଜି। ବୌଦ୍ଧ ଭିକ୍ଷୁ ପାଲଟିବା ପାଇଁ ତ୍ୟାଗ କରିଦେଲେ ନିଜର ସମସ୍ତ ସୁଖ ସୁବିଧା। ଗୁଜରାଟର କନଷ୍ଟ୍ରକସନ ବ୍ୟବସାୟର ଭାବେଶ ଭାଇ ଭଣ୍ଡାରୀ ଓ ତାଙ୍କ ପତ୍ନୀ ଦାନ କରିଦେଇଛନ୍ତି ୨୦୦ କୋଟିର ସମ୍ପତ୍ତି। ଫେବ୍ରୁଆରୀ ମାସରେ ନିଜର ସମସ୍ତ ସମ୍ପତ୍ତି ଦାନ କରିଦଇଥିବା ବେଳେ ଉଭୟ ଚଳିତ ମାସ ଶେଷରେ ଆନୁଷ୍ଠାନିକ ରୂପେ ସନ୍ନ୍ୟାସୀ ପାଲଟିବେ।

୧୯ ବର୍ଷ ପୁଅ ଓ ୧୬ ବର୍ଷୀୟ ଝିଅର ପଦାଙ୍କ ଅନୁସରଣ କରିବାକୁ ଯାଇ ବ୍ୟବସାୟୀ ଭାବେଶ ଭାଇ ଭଣ୍ଡାରୀ ଓ ତାଙ୍କ ପତ୍ନୀ ଏହି ନିଷ୍ପତ୍ତି ନେଇଛନ୍ତି। ୨୦୨୨ରେ ସାଂସାରିକ ମୋହ ଛାଡି ତାଙ୍କ ପୁଅ ଝିଅ ସନ୍ନ୍ୟାସ ଗ୍ରହଣ କରିଥିଲେ। ପୁଅ ଓ ଝିଅ ଆପଣାଇଥିବା ଏହି ନିଷ୍ପତ୍ତି ତାଙ୍କୁ ବେଶ୍ ପ୍ରେରିତ କରିଥିଲା। ଏଥିପାଇଁ ଭାବେଶ ଓ ତାଙ୍କ ପତ୍ନୀ ମଧ୍ୟ ନିଜର ଭୌତିକ ଆଶକ୍ତିଗୁଡିକୁ ତ୍ୟାଗ କରି ତପସ୍ୟା ପଥରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ।

ଏପ୍ରିଲ ୨୨ ତାରିଖରେ ଉଭୟ ଦମ୍ପତି ଆନୁଷ୍ଠାନିକ ରୂପେ ଜୈନ ଧର୍ମ ଆପଣାଇ ସନ୍ନ୍ୟାସ ପାଲଟିବେ। ଏହାପରେ ତାଙ୍କୁ ନିଜର ସମସ୍ତ ସାଂସାରିକ ମୋହ ଓ ସମ୍ପର୍କକୁ ଭାଙ୍ଗିବାକୁ ପଡିବ। ତାଙ୍କୁ ନିଜର ସମସ୍ତ ସୁଖସୁବିଧାକୁ ମଧ୍ୟ ବଳି ପକାଇବାକୁ ହେବ। ସେ ନିଜ ପାଖରେ କୌଣସି ବି ଭୌତିକବାଦୀ ଜିନିଷ ରଖିପାରିବେ ନାହିଁ। ଏପରିକି ସେମାନେ ପାଦରେ ଚପଲ ମଧ୍ୟ ପିନ୍ଧିବେ ନାହିଁ।

ସେମାନେ ପୂରା ଭାରତରେ ଖାଲି ପାଦରେ ଯାତ୍ରା କରିବେ। କେବଳ ଭିକ୍ଷା ମାଗି ସେମାନେ ବଞ୍ଚିବେ। କେବଳ ସେତିକି ନୁହେଁ ଭିକ୍ଷା ମାଗିବା ପାଇଁ ଗୋଟିଏ ଗିନା ଓ ନିଜ ପାଖରେ ଗୋଟି ଝାଡୁ ରଖିବାକୁ ଅନୁମତି ମିଳିବ। ଦୁଇଟି ଧଳା ବସ୍ତ୍ରରେ ତାଙ୍କୁ ପୂରା ଜୀବନ ଅତିବାହିତ କରିବାକୁ ହେବ। ଏହି ନାମୀଦାମୀ କୋଟିପତି ଭଣ୍ଡାରୀ ପରିବାରର ସନ୍ନ୍ୟାସୀ ତଥା ବୌଦ୍ଧ ଭିକ୍ଷୁ ପାଲଟିବା ନିଷ୍ପତ୍ତି ଏବେ ସମସ୍ତଙ୍କୁ ଚକିତ କରିଦେଇଛି।

ad-week
Leave A Reply

Your email address will not be published.