ନିର୍ବାଚନ ଅଧିକାରୀଙ୍କ ଛାଟ; ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି

add-all

ରାଜନୀତିକ କାର୍ଯ୍ୟରେ ସମ୍ପୃକ୍ତିକୁ ନେଇ ବୌଦ୍ଧ ଜିଲ୍ଲାରେ ଜଣେ ଶିକ୍ଷକଙ୍କୁ ବଦଳି କରାଯାଇଛି। ଶିକ୍ଷକ ଜଣଙ୍କ ହେଲେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ। ତାଙ୍କ ବଦଳି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ଗୋବର୍ଦ୍ଧନ ରାଜନୀତିକ କାର୍ଯ୍ୟରେ ସମ୍ପୃକ୍ତି ରହୁଥିବା ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ନିର୍ବାଚନ ଅଧିକାରୀ ତାଙ୍କୁ ବଦଳି କରିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପ୍ରିଲ ୧୩ ତାରିଖ ଦିନ ଉକ୍ତ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନଙ୍କୁ ବଦଳି କରିଥିଲେ।   

ଶ୍ରୀ ପ୍ରଧାନଙ୍କୁ ବୌଦ୍ଧ ନିର୍ବାଚନ ମଣ୍ଡଳୀର ମଥୁରା ପଞ୍ଚାୟତ କେଲାକଟା ହାଇସ୍କୁଲକୁ ବଦଳି କରାଯାଇଛି। ଏହାସହ ତୁରନ୍ତ ସେଠାରେ ଯୋଗଦାନ କରିବାକୁ ଆଦେଶ ଦିଆଯାଇଥିବା ସୂଚନା ରହିଛି।

ad-week
Leave A Reply

Your email address will not be published.