ଚିକିଟି ମାଟିରେ ବିରାଟ ମୋଟର ସାଇକେଲ ରାଲି ସହ ଭୃଗୁ ବକ୍ସିପାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

add-all

ଚିକିଟି : ସ୍ଥାନୀୟ ପିତାତଳି ଛକ ଠାରେ ଆଜି ହଜାର ହଜାର ବିଜେଡି କର୍ମୀ ପହଞ୍ଚି ଶ୍ରୀ ଭୁର୍ଗୁ ବକ୍ସିପାତ୍ରଙ୍କୁ ସ୍ୱାଗତ କରିବା ସହ ଏକ ବିରାଟ ମୋଟର ସାଇକେଲ ରାଲିରେ ବାହାରି ଧାନଘର ଛକଦେଇ ଚିକିଟୀ ଗଡ ପରିକ୍ରମା କରି ରାଜଉଆସରେ ପହଞ୍ଚି ଥିଲେ। ଏହି ରାଲି ମଧ୍ୟରେ ପ୍ରତ୍ୟେକ ଛକଠାରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୁର୍ଗୁ ବକ୍ସି ପାତ୍ର ଓ ବିଧାନସଭା ପ୍ରାର୍ଥୀ ଶ୍ରୀ ଚିନ୍ମୟା ନନ୍ଦ ଶ୍ରୀରୁପଦେଓ ଙ୍କୁ ଜନ ସାଧାରଣ ଓ କର୍ମୀମାନେ ପୁଷ୍ପବୃଷ୍ଟି ସହ ସମ୍ବର୍ଦ୍ଧନା କରିଥିଲେ। ପରେ ପରେ ରାଜଉଆସରେ ଆୟୋଜିତ ହୋଇଥିବା ନିର୍ବାଚନି ସାଧାରଣ ସଭା ରେ ଯୋଗ ଦେଇଥିଲେ। ଉକ୍ତ ସଭାରେ ଓଡିଶା ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଙ୍କ ସହ ସାଂସଦ ପ୍ରାର୍ଥୀ ଭୃଗୁବକ୍ସି ପାତ୍ର, ଶ୍ରୀରୂପ ଦେଓ,ଏନ ଏ ସି ଅଧ୍ୟକ୍ଷା ଦୀପା କୁମାରୀ ସାହୁ, ଚିକିଟୀ ବ୍ଲକ ସଭାପତି ହାରମ୍ଭ ରେଡ୍ଡୀ, ପାତ୍ରପୁର ବ୍ଲକ ସଭାପତି ରାମନାଥ ପାଣିଗ୍ରାହୀ, ବାପୁଜି ବିଷୋୟୀ ଓ ଉଦୟନାଥ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନେତା ମୋଞ୍ଚାସିନ ଥିଲେ।ଏହି ସଭାରେ ପାତ୍ରପୁର ବ୍ଲକ୍ ର ଜୟନ୍ତୀପୁର, ଜରଡା ପଞ୍ଚାୟତ,ତୁମ୍ବା ପଞ୍ଚାୟତ, କେଲୁଆ ପଞ୍ଚାୟତର ମନୋରମା ପ୍ରଧାନ, ସରୋଜ କୁମାର ପଣ୍ଡା,ନଗମା ରାଓଙ୍କ ସହ ବହୁ କର୍ମୀ ବିଜେପି ଛାଡି ସାଙ୍ଗଠନିକ ଭାବେ ସମ୍ମାନିତ ହୋଇ ବିଜେଡିରେ ଯୋଗ ଦେଇଥିଲେ।

ଏହି ସଭାରେ ଦଳ କିପରି ଆଗକୁ ଯିବ ଏବଂ ଆଗାମୀ ମେ ୧୩ ରେ ହେବାକୁ ଥିବା ନିର୍ବାଚନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ କିପରି ବିପୁଳ ସଂଖ୍ୟାରେ ବିଜୟ ଲାଭ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ହାତମୁଠାକୁ ଟାଣ କରିବା ଓ ଷଷ୍ଠ ଥର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପାଇ ଓଡିଶା ଭାରତ ବର୍ଷରେ ଇତିହାସ ରଚି ଗୋୖରବାନିତ୍ୟ ହେବ ବୋଲି ପ୍ରତ୍ୟେକେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ସଭାରେ ସମସ୍ତ ସରପଞ୍ଚ, ସମିତିସଭ୍ୟ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ବହୁ ସଂଖ୍ୟାରେ ଯୁବପିଢ଼ି ଉପସ୍ଥିତ ଥିଲେ।ଉକ୍ତ ପ୍ରଚାର ରାଲି କୁ ସଫଳ କରିବା ପାଇଁ ବରିଷ୍ଠ ବିଜେଡି ସଙ୍ଗଠକ ସୁରେନ୍ଦ୍ର ମଣ୍ଡଳ ,କିଶୋର ପଣ୍ଡା, ଏମ୍ ନାଗ ରାଜୁ,ଗୋବିନ୍ଦ ବେହେରା,ରଘୁନନ୍ଦନ ସାହୁ ,ବିପଦ ପଣ୍ଡା,ପ୍ରଶାନ୍ତ କୁମାର ସାହୁ, ଧର୍ମା ସାହୁ, ପ୍ରିୟରଞ୍ଜନ ବେହେରା, କୃଷ୍ଣଚନ୍ଦ୍ର ସାହୁ,ସଚ୍ଚିଦାନନ୍ଦ ପାତ୍ର, ଉମା ରେଡ୍ଡୀ,ଶ୍ରୀଧର ସାହୁ ଓ ସମୀର ପାଢ଼ୀ ଆଦି ଉପସ୍ଥିତ ରହିଥିବା ବେଳେ ପିତାତଳି ସରପଞ୍ଚ ଶ୍ରୀ ରାଙ୍ଗାରାଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସଭାସାଙ୍ଗ କରିଥିଲେ।

ad-week
Leave A Reply

Your email address will not be published.