ଆସିକା ବିଜେଡ଼ି ରେ ମିଶୁନି ମନ : ପରିବର୍ତ୍ତନ ପାଇଁ ଅଡ଼ିରେ ଅସନ୍ତୋଷ କର୍ମୀ ଓ ନେତା….!

add-all


ବ୍ରହ୍ମପୁର:୧୬-୪ ଗଞ୍ଜାମ ଜିଲ୍ଲାରେ ବିଜେଡ଼ି ପୁଣି ରିପିଟ କରବା ପରେ ଆସିକା ରେ ଅସନ୍ତୁଷ୍ଟ ଙ୍କ ଏବେ ସୁଦ୍ଧା ଅଙ୍କ ଛିଡୁନାହିଁ। ଦଳ ମୁଖିଆ ପାଖରେ ବିପକ୍ଷ ସପକ୍ଷ ଗୋଷ୍ଟି ମିଶି ଫୋଟ ପୋଜ ଦେଇ ଆସିଲା ପରେ ଏବେ ବି ଉଭୟ ପକ୍ଷଙ୍କ ମନ ମିଶିନଥିବା ଚର୍ଚ୍ଚା ହେଉଛି। ଏବେ ବି ଆସିକା ବିଜେଡ଼ି ଗୋଷ୍ଟି କନ୍ଦଳ ପାଉଁଶ ଭିତର ନିଆଁ ଭଳି ପୁହୁଁଳୁଛି। ଗଞ୍ଜାମ ଜିଲ୍ଲାର କିଛି ଆସନରେ କଂଗ୍ରେସ ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ପୁଣି ଅନ୍ୟ ଜଣକ ନାମ ଘୋଷଣା କରି ପ୍ରାର୍ଥୀ ପରିବର୍ତ୍ତନ କରିଛି। ସେହି ଫର୍ମୁଲା ବିଜେପି ଓ ବିଜେପି କରିବ ଓ ଉଭୟ ଦଳ ଭିତରେ ଅଙ୍କ କଷା ଆରମ୍ଭ ହୋଇଥିବା ରାଜନୈତିକ ମହଲ ରେ ଚର୍ଚ୍ଚା ହେଉଛି। ରିପିଟ ହୋଇଥିବା ପ୍ରାର୍ଥୀ ମାନେ ପୁଣି ବିଜୟ ହେବାକୁ ସବୁ ପ୍ରକାର ବଳିଦାନ ଦେବାକୁ ପ୍ରତିଶୃତି ଦେଲେବି ଅସନ୍ତୁଷ୍ଟ ଗୋଷ୍ଟି ସହଜ ରେ ହଜମ କରିପାରୁ ନାହାନ୍ତି। ଟିକେଟ ଘୋଷଣା ପରେ ଅନ୍ୟ ନିର୍ବାଚନ ମଣ୍ଡଳୀ ରେ ପ୍ରାର୍ଥୀ ମାନେ ଭୋଟର ଙ୍କ ନିକଟକୁ ଯାଇ ଭୋଟ ଭିକ୍ଷା ମାଗୁଥିବା ଦେଖିବାକୁ ମିଳୁଛି। ଆସିକା ରେ ଅସନ୍ତୁଷ୍ଟ ମାନଙ୍କୁ ମନେଇବାକୁ ବିଭିନ୍ନ ଗୁପ୍ତ ସ୍ଥାନରେ ଘନ ଘନ ବୈଠକ ବସୁଛି ହେଲେ ସମାଧାନ ର ସୂତ୍ର ବାହାରୁ ନାହିଁ। ବିଧାୟିକା ଙ୍କ ନିକଟକୁ କିଛି ପରାଜିତ ସରପଞ୍ଚ ଆସି ପୁଷ୍ପ ଗୋଚ୍ଛା ଦେଇ ଟିକେ ନିକଟତର ହେବାକୁ ଅଭିନୟ କରୁଥିବା ଚର୍ଚ୍ଚା ହେଉଛି, ଓ ସୋସିଆଲ ମିଡ଼ିଆ ରେ ଫୋଟ ଘୁରି ବୁଲୁଛି। ମା” ପୁଅ ହଟାଓ ଅଭିଯାନ ର ଯବନିକା ପଡୁଛି ନା ଲେଖା ଛିଡେଇ ବାକୁ ଅସନ୍ତୁଷ୍ଟ ପୁଣି ମେଳି ବାନ୍ଧି ପାନେ ଦେବାକୁ ପ୍ରସ୍ତୁତ ହେଉଛନ୍ତି ଦେଖିବାକୁ ବାକି ରହିଲା।

ad-week
Leave A Reply

Your email address will not be published.